ଭ୍ୟାକସିନ୍ ବାହାରୁ କି ନବାହାରୁ ପୁଣିଥରେ ଖୋଲିବ ଆମେରିକା – ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଭ୍ୟାକସିନ୍‌ ବାହାରକୁ କି ନବାହାରୁ ଆମେରିକା ପୁଣି ଥରେ ଖୋଲିବ। ଏହା ସହିତ ଘୋଷଣା କରିଛନ୍ତି, ବର୍ଷର ଶେଷ ସୁଦ୍ଧା କରୋନା ଭ୍ୟାକସିନ୍‌ ପ୍ରସ୍ତୁତ କରିବା ତାଙ୍କର ସବୁଠୁ ବଡ ଉଦ୍ଦେଶ୍ୟ। ବିସିସିର ରିପୋର୍ଟ ଅନୁଯାୟୀ ଟ୍ରମ୍ପ କହିଛନ୍ତି, ଭ୍ୟାକସିନ୍ ବିନା ଆମେରିକୀୟବାସୀ ନିଜର ଜୀବନକୁ ପୁଣି ଥରେ ସ୍ଵାଭାବିକ କରିବାକୁ ଚେଷ୍ଟା କରନ୍ତୁ।
ଅନେକ ବିଶେଷଜ୍ଞ ଗୋଟିଏ ବର୍ଷ ଭିତରେ କରୋନା ଭାଇରସ୍‌ର ଭ୍ୟାକସିନ୍ ବାହାରିବା ନେଇ ସନ୍ଦେହ ପ୍ରକଟ୍ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଶୁକ୍ରବାର ହ୍ଵାଇଟ୍‌ ହାଉସ୍‌ର ରୋଜ୍ ଗାର୍ଡେନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରକଳ୍ପ ୧୪ ଭ୍ୟାକସିନ୍‌ କ୍ୟାଣ୍ଡିଡେଟ୍ ଉପରେ ଗବେଷଣା ଅନୁମୋଦନ ପରେ ଆରମ୍ଭ ହେବ। ଟ୍ରମ୍ପ ଭ୍ୟାକସିନ୍‌ର ଆବିଷ୍କାର ଓ ଏହାକୁ ବିପରିତ କରିବା ପାଇଁ ସରକାରୀ ଓ ଘରୋଇ କ୍ଷେତ୍ର ମଧ୍ୟରେ ଭାଗିଦାରୀର କଥା କହିଛନ୍ତି। ଅପରେସନ ନେତୃତ୍ଵ ଲାଗି ସେନାର ଏକ ଜେନେରାଲ ଓ ଜଣେ ପୂର୍ବତନ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କୁ ଦାୟିତ୍ଵ ଦିଆଯିବ।
ତେଣୁ ଏବେ ଆମେରିକୀୟଙ୍କୁ ବିନା ଭ୍ୟାକସିନ୍‌ରେ ପୁଣି ଥରେ ନିଜର ସ୍ଵାଭାବିକ ଜୀବନ ଆରମ୍ଭ କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ହୁଅନ୍ତୁ। ଆମେରିକାର କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ୟୁଏସରେ ସଂକ୍ରମିତ ସଂଖ୍ୟା ୧୫ ଲକ୍ଷ ୭ ହଜାର ୭୯୮ ରହିଛି। ମୃତକଙ୍କ ସଂଖ୍ୟା ୯୦,୧୧୩ ରହିଛି। ଆଶ୍ଵସ୍ତିକର ବିଷୟ ୩,୩୯,୨୩୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ କେସ୍ ସଂଖ୍ୟା ୧୦,୭୮,୪୫୩ ରହିଛି।

ରିପୋର୍ଟ – ପ୍ରିୟମ୍ବଦା