କୋରାପୁଟ: ଉପାନ୍ତ ବିଛିନ୍ନା ଅଞ୍ଚଳରେ କରୋନା ର ବାର୍ତ୍ତା ଦେଇ ମାସ୍କ୍ ବଣ୍ଟନ କରିଛନ୍ତି।
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ର ଉପାନ୍ତ ବିଚିନ୍ନାଞ୍ଚଳକୁ ଗ୍ରସ୍ତ କରି କରୋନା ଭୁତାଣୁ ସଂକ୍ରମଣ ରୁ ସୁରକ୍ଷିତ ରହିବ ପାଇଁ ସଚେତନାର ବାର୍ତ୍ତା ଦେଇଛନ୍ତି ନନ୍ଦପୁର ଶିଶୁ ବିକାଶ ଯୋଜନା ଅଧିକାରିଣୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ।
କରୋନା ତାଲା ବନ୍ଦ ସମୟରେ ବ୍ଲକ ର ବିଚିନ୍ନାଞ୍ଚଳ ଗ୍ରସ୍ତ ସହ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି। ଶିଶୁ, ମହିଳା ଓ ଅନ୍ୟାନ୍ୟ ଲୋକଙ୍କ ସୁବିଧା ଅସୁବିଧା ବୁଝିଛନ୍ତି ।
ସିଡିପିଓ ନିଜ ଟିମ୍ ସହ ଜଳାପୁଟ ଜଳଭଣ୍ଡାର ଅତିକ୍ରମ କରି ଡଙ୍ଗାରେ ଯାଇ ବିଚିନ୍ନାଞ୍ଚଳ ତଳସାବୁନ୍ ଓ ଉପର ସାବୁନ୍ ଗ୍ରସ୍ତ କରିଥିଲେ। ଡଙ୍ଗାକୁ ସେହି ଅଞ୍ଚଳର ଆଶା ଦିଦି କିଛି ସମୟ ପାଇଁ ଆହୁଲା ମାରିଥିବା ବେଳେ ନିଜେ ସିଡିପିଓ ମଧ୍ୟ ଆହୁଲା ମାରିଥିବା ଦେଖିବାକୁ ମିଳିଥିଲା | ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । କୋଭିଡ- ୧୯ ରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ପକ୍ଷରୁ ଯେଉଁ ସହାୟତା ଦେଇଛନ୍ତି ତାହା ପାଇଛନ୍ତି କି, ଖାଉଟି ଚାଉଳ, ଆର୍ଥିକ ସହାୟତା ଏବଂ ଅଙ୍ଗନବାଡି ଦିଦି ପ୍ରିସ୍କୁଲ୍ ପିଲା ମାନଙ୍କୁ ଶୁଖିଲା ଖାଦ୍ୟ ଅଣ୍ଡା ଦେଇଛନ୍ତି କି ନାହିଁ , ଘର ପରିଦର୍ଶନ କରିଛନ୍ତି କି ନାହିଁ ପଚାରି ବୁଝିଥିଲେ , କରୋନା ରୋଗ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ବାରମ୍ବାର ହାତ ଧୋଇବା ମାସ୍କ୍ ବାନ୍ଧିବା ସାମାଜିକ ଦୂରତା ବଜାଇ ରଖିବାକୁ ଅନୁରୋଧ କରିଥିଲେ ଏବଂ ମାସ୍କ୍, ସାବୁନ୍, ପନିପରିବା ,ଅଣ୍ଡା ବଣ୍ଟନ କରିଥିଲେ।
ଗ୍ରାମବାସୀ ଓ ଜନସାଧାରଣ ସିଡିପିଓଙ୍କ ଏପରି ପଦକ୍ଷେପ କୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ସମସ୍ତ ଭୁଗର୍ମ ଅପହଞ୍ଚ ଅଞ୍ଚଳକୁ ଗ୍ରସ୍ତ କରାଯିବ ଏବଂ ଜଳାପୁଟ ,ବିଳାପୁଟ ,ଜବାଗଡ଼ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିବେବୋଲି ଶ୍ରୀମତୀ ମିଶ୍ର କହିଛନ୍ତି । ସିଡିପିଓ ସମେତ ସଂଯୁକ୍ତା ବେହେରା, ଜୟଶ୍ରୀ , ପ୍ରଭାସିନୀ, ସରତ ଗ୍ରସ୍ତ କରିଥିବା ଜଣାପଡିଛି।
ରିପୋର୍ଟ – ସୁନ୍ଦର କୁମାର ପାଣି #କୋରାପୁଟ