ଆରମ୍ଭ ହୋଇଗଲାଣି କାଳବୈଶାଖୀ ପ୍ରଭାବ , ଭାଙ୍ଗିଗଲାଣି କ୍ଵରେଣ୍ଟାଇନ ସେଣ୍ଟର

ଦେବଗଡ ଜିଲ୍ଲାରେ ଆରମ୍ଭ ହୋଇଯାଇଛି କାଳବୈଶାଖୀ ପ୍ରଭାବ । ଶନିବାର ଦିନ ସଂଧ୍ୟା ଓ ରବିବାର ସକାଳୁ କାଳବୈଶାଖୀ ପ୍ରଭାବରେ ଝଡତୋଫାନ ଓ ବର୍ଷା ହୋଇଛି । ଯାହାଫଳରେ ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ଭାବରେ କ୍ଷୟକ୍ଷତି ହୋଇଛି । ଝଡତୋଫାନରେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଆଡସ, ତାବଡା, ନାଉଲିପଡା, ବୁଡିଦୋ, ମଳେହିପଡା ଓ ରିଆମାଳ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ସେହିଭଳି ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହ ତାର ଛିଣ୍ଡି ପଡିଛି।
କାଳବୈଶାଖୀ ପ୍ରଭାବ ରେ ଝଡତୋଫାନ ଯୋଗୁଁ ବିଭିନ୍ନ ସ୍ଥାନରେ କଚ୍ଚା ଘର ନଷ୍ଟ ହୋଇଥିବା ବେଳେ ବିଭିନ୍ନ ଟିଣ ଛପର, ଟାଇଲ, ଆଜବେଷ୍ଟସ ଛାତ ଉଡିଯାଇ ନଷ୍ଟ ହୋଇଯାଇଛି । ଆଡସ ଗ୍ରାମ ପଞ୍ଚାୟତ ର ଦୁଇଟି ସ୍ଥାନରେ କ୍ବାରେଣ୍ଟାଇନ ସେଣ୍ଟର ଝଡତୋଫାନରେ ଭାଙ୍ଗି ଥିବା ବେଳେ ଏଥିରେ ଥିବା ୪୬ ଜଣ ପ୍ରଭାବିତ ହୋଇଛନ୍ତି ।

ରିପୋର୍ଟ – ପ୍ରିୟମ୍ବଦା