ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କଲେ ଶେଷ କିସ୍ତିର ପ୍ୟାକେଜ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ୧.୭୦ ଲକ୍ଷ କୋଟି ପ୍ୟାକେଜ ମଧ୍ୟରୁ ୧୮ ଲକ୍ଷ ୬୬ ହଜାର କୋଟି ଘୋଷଣା କରାଯାଇଥିବା ବେଳେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଶେଷ କିସ୍ତି ଘୋଷଣା କରିଛନ୍ତି ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଯଦି ଜୀବନ ଅଛି, ତେବେ ବିଶ୍ୱ ଅଛି’ ଉପରେ ଗୁରୁତ୍ୱ ଦେଉଛନ୍ତି। ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଅନେକ ଘୋଷଣା କରିଛନ୍ତି। ଉଜ୍ଜ୍ଵଳା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଗରିବ ଲୋକଙ୍କୁ ସରକାରୀ ଯୋଜନା ପ୍ରଦାନ କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ଏବଂ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ସାମିଲ ଅଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୨୦ କୋଟି ମହିଳା ଜନ ଧନ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ପଠାଯାଇଛି। ଏଥିସହ ସରକାର ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟରେ ମଧ୍ୟ ସହାୟତା ରାଶି ଜମା କରିଛନ୍ତି।
ଶ୍ରମିକମାନଙ୍କ ପାଇଁ ଚାଲୁଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ କେନ୍ଦ୍ର ସରକାର ୮୫ ପ୍ରତିଶତ ଅର୍ଥ ଦେଉଛନ୍ତି। ଉଜ୍ଜ୍ୱଳ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଦିଆଯାଇଛି। ଅର୍ଥମନ୍ତ୍ରୀ ଆଜିର ଶେଷ କିସ୍ତିରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା, କରୋନା ସମୟରେ ସ୍ୱାସ୍ଥ୍ୟ, ଶିକ୍ଷା ପାଇଁ ପଦକ୍ଷେପ, ବାଣିଜ୍ୟ ବ୍ୟବସାୟ, କମ୍ପାନୀ ଆକ୍ଟରେ ପରିବର୍ତ୍ତନ, ବ୍ୟବସାୟର ସହଜତା ଓ ପିଏସୟୁ ଉପରେ ସାତୋଟି ପ୍ରମୁଖ ଘୋଷଣା କରାଯିବ।

ରିପୋର୍ଟ – ପ୍ରିୟମ୍ବଦା