ବୃଦ୍ଧି ପାଉଛି ଜାତୀୟ ପକ୍ଷୀ ମୟୁରଙ୍କ ସଂଖ୍ୟା

ରଣପୁର ବନାଞ୍ଚଳରେ ଜାତୀୟ ପକ୍ଷୀ ମୟୁର ସଂଖ୍ୟା ବଢ଼ିବାରେ ଲାଗିଛି । ଜଙ୍ଗଲ ରୁ ମୟୁର ମାନେ ଗ୍ରାମାଞ୍ଚଳ କୁ ଆସି ବୁଲୁଥିବାର ଦେଖା ଯାଉଛି । ରଣପୁର ର ଆଖୁପଦର ଖୋଲ , ମାମୁଭଣଜା ପାହାଡ଼, ଗୌଣିଆ ଓ ଧାନୀ ପାହାଡ଼ ପାଦଦେଶ , ଅସୁରକୁମାରୀ ଜଙ୍ଗଲ , ଜ°କିଆ ଓ ମୟୁରଝାଲିଆ ଅଞ୍ଚଳରେ ଶହ ଶହ ସ°ଖ୍ୟାରେ ଜାତୀୟ ପକ୍ଷୀ ନିର୍ଭୟ ରେ ରାସ୍ତାରେ ବୁଲୁ ଥିବାର ଦେଖାଯାଏ । ରାସ୍ତାରେ ଯାତାୟାତ ଲୋକ ମାନେ ଖୁସି ଅନୁଭବ କରନ୍ତି ।
ବେଳେ ବେଳେ କିଛି ଅସାମାଜିକ ଯୁବକ ଲୁଚି ଛପି ଫସଲ କ୍ଷତି ନାମରେ ମୟୂର ଶିକାର କରିଥାନ୍ତି । ଗ୍ରାମବାସୀ ମୟୁର ଶିକାର କୁ ବିରୋଧ କରନ୍ତି । ରଣପୁର ରେଞ୍ଜର ଶରତ କୁମାର ଶତପଥି ଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିବାପରେ ସେ କହିଛନ୍ତି, ରଣପୁର ଅଞ୍ଚଳରେ ଜନସଚେତନତା ସୃଷ୍ଟି କରାଯାଇଛି ତେଣୁ ଜାତୀୟ ପକ୍ଷୀ ମୟୁର ରଣପୁର ରେ ସୁରକ୍ଷିତ ।

ରିପୋର୍ଟ – ପ୍ରିୟମ୍ବଦା