ବାତ୍ୟା ଆମ୍ଫାନ ପାଇଁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରାରମ୍ଭିକ ପ୍ରସ୍ତୁତି । ଭଦ୍ରକ ଜିଲ୍ଲା ବୁଲବୁଲ ଓ ଫନି ଭଳି ବାତ୍ୟାରେ ଦୁଇ ଦୁଇ ଥର ପ୍ରଭାବିତ ହୋଇଛି । ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏଥର ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲା ର ଉପକୂଳବର୍ତ୍ତୀ ଅଞ୍ଚଳ ଧାମରା , ଚାନ୍ଦବାଲି ଓ ବାସୁଦେବପୁର ଉପରେ ସ୍ଵତନ୍ତ୍ର ଦୃଷ୍ଠି ଦିଆଯାଉଛି । ତିନି ଜଣ ଅଫିସର ଏହି ତିନି ଗୋଟି ଅଞ୍ଚଳ ପାଇଁ ନିଯୁକ୍ତ ହୋଇଛନ୍ତି । ମାଛଧରା ଯେଟି ରୁ ସମସ୍ତ ଟ୍ରଲର ଓ ଭୁଟୁଭୁଟିକୁ ବନ୍ଦ କରାଯାଇଛି । ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଅପରପକ୍ଷେ ବାତ୍ୟା ଆଶ୍ରୟସ୍ଥଳି ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି । ଉପକୂଳର ୩ କିଲୋମିଟର ମଧ୍ୟରେ ସମସ୍ତ ଗାଁକୁ ଆଲର୍ଟରେ ରଖାଯାଇଛି । ଅନ୍ୟ ଚାରି ବ୍ଲକ ପାଇଁ ମଧ୍ୟ ସ୍ଵତନ୍ତ୍ର ଅଫିସର ନିଯୁକ୍ତ ହୋଇଛନ୍ତି । କାରୋନା ପାଇଁ ବାତ୍ୟା ଆଶ୍ରୟସ୍ଥଳୀକୁ କ୍ଵାରେଣ୍ଟାଇନ ସେଣ୍ଟର କରାଯାଇଥିଲା । ଏବେ ସେହି କ୍ବାରେଣ୍ଟାଇନ ସେଣ୍ଟର ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
ରିପୋର୍ଟ – ପ୍ରିୟମ୍ବଦା