ବାତ୍ୟା ‘ଆମ୍ପାନ୍‌’ ଏବେ ପାରାଦୀପ ଠାରୁ ୧୧୦୦ କି.ମି. ଦୂରରେ ଅଛି

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଅବପାତ ର ରୂପ ନେଇଛି। ଆଜି ଅପରାହ୍ନ ୫ଟା ୩୦ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି।
ବାତ୍ୟା ‘ଆମ୍ପାନ୍‌’‌ ଏବେ ପାରାଦୀପ ଠାରୁ ୧୧୦୦ କି.ମି. ଦୂରରେ ଅଛି। ସେହିପରି ପଶ୍ଚିମବଙ୍ଗର ଦିଘାଠୁ ୧୨୫୦ କି.ମି., ବାଂଲାଦେଶଠୁ ୧୩୩୦ କି.ମି. ଦୂରରେ ଅଛି।
ସମ୍ଭାବ୍ୟ ବାତ୍ୟା ଆମ୍ପାନ୍‌ର ଗତିପଥ କ’ଣ ହେବ ? କେଉଁଠି ଏହା ଲ୍ୟାଣ୍ଡ୍‌ଫଲ୍‌ କରିବ ? ଏହାର ବେଗ କେତେ ରହିବ, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ଜଣାପଡ଼ିନାହିଁ।

ବାତ୍ୟା ଯୋଗୁ ଉତ୍ତର ଉପକୂଳ ଓଡ଼ିଶା ପ୍ରଭାବିତ ହୋଇପାରେ ବୋଲି ଜଣାପଡ଼ିଛି। କାଲି ଉପକୂଳବର୍ତ୍ତୀ ଜିଲ୍ଲାରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡ଼ିବବୋଲି ଅନୁମାନ କରାଯାଉଛି |

ରିପୋର୍ଟ – ସଂଘମିତ୍ରା ପଣ୍ଡା