ଚଳିତ ୨୦୨୦-୨୧ ର ଶିକ୍ଷାବର୍ଷ ରେ ଦଶମ ଶ୍ରେଣୀ ପାଠ୍ୟ ଖସଡ଼ା ର ପରିବର୍ତ୍ତନ ହୋଇଛି, ମହାମାରୀ କରୋନା ସମୟରେ ଦଶମ ଶ୍ରେଣୀ ବିଦ୍ୟାର୍ଥୀ ମାନଙ୍କର ପାଠ୍ୟ ଖସଡ଼ା ବଦଳି ଥିବା କାରଣ ରୁ ହଜାର ହଜାର ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଏବେ ସଙ୍କଟରେ । ବଜାର ରେ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକ ଉପଲବ୍ଧ ନଥିବା କାରଣ ରୁ ପିଲା ମାନେ ପାଠ ପଢି ପାରୁ ନାହାନ୍ତି | ଏପରି ସମୟରେ ସହାୟତା ର ହାତ ବଢାଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ର ଯୁବକ ଇଂ. ସମ୍ବିତ୍ ମହାନ୍ତି । ଗତ ୦୮/୦୫/୨୦ ରିଖ ଠାରୁ ତାଙ୍କ ନିଜ ଖର୍ଚ୍ଚ ରେ ଦଶମ ଶ୍ରେଣୀର ସମସ୍ତ ପାଠ୍ୟ ପୁସ୍ତକ କିଣି ଭଦ୍ରକ ଜିଲ୍ଲା ର ବାସୁଦେବପୁର ପୌରାଞ୍ଚଳ ର ଛାତ୍ରଛାତ୍ରୀ ମାନଙ୍କୁ ୨୦୦ ସେଟ୍ ରୁ ଅଧିକ ବହି ବାଣ୍ଟି ସେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି |
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଗ୍ରାମାଞ୍ଚଳରେ ପାଠ୍ୟ ପୁସ୍ତକ ପାଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ମୁହଁରେ ଏକ ନୂତନ ଆଶା ପ୍ରସ୍ଫୁଟିତ ହୋଇଛି | ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ସମ୍ବିତ୍ ଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି |
ସମ୍ବିତ୍ କହିଛନ୍ତି ଯେ”ମୋତେ ପ୍ରଧାନମନ୍ତ୍ରୀ ଙ୍କ ଆଦର୍ଶ ଏପରି କରିବା କୁ ପ୍ରେରଣା ଯୋଗାଇଛି।ଏପରି ସହାୟତା କରି ମୋତେ ଖୁବ୍ ଆନନ୍ଦ ମିଳୁଛି । ଏପରି କାର୍ଯ୍ୟ ଆଗକୁ ଜାରି ରଖିବା କୁ ସେ ପ୍ରୟାସ କରିବେ ବୋଲି ମଧ୍ୟ କହିଛନ୍ତି।”
ସମ୍ବିତ ଙ୍କ ଏପରି ପ୍ରୟାସ ସମାଜ କୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଛି ।ଏଭଳି ସମୟ ରେ ତାଙ୍କର ପ୍ରୟାସ ତାଙ୍କୁ ଆଦର୍ଶ ରେ ପରିଗଣିତ କରିଛି।
ରିପୋର୍ଟ – ସଂଘମିତ୍ରା ପଣ୍ଡା