ସୁରତ ଫେରନ୍ତା ୬ଜଣଙ୍କ ରିପୋର୍ଟ ନେଗେଟିଭ୍

କୋରାପୁଟ :କୋରାପୁଟ ଜିଲ୍ଲାର ପ୍ରଥମ କୋରୋନା ଆକ୍ରାନ୍ତ ସୁସ୍ଥ । ଜିଲ୍ଲାର ଏକମାତ୍ର କୋରୋନା ପଜିଟିଭ୍ ବ୍ୟକ୍ତି ସୁସ୍ଥ ହୋଇ ଭୁବନେଶ୍ବରରୁ ପୋଡାଗଡ ନିଜ ଘରକୁ ଖୁବଶୀଘ୍ର ଫେରିବେ ବୋଲି ସିଡିଏମଓ ଜଣାଇଛନ୍ତି । ନିକଟରେ ସୁରତରୁ ଆସିଥିବା ଛଅ ଜଣଙ୍କ ସ୍ବାବ୍ ରିପୋର୍ଟ କୋରୋନା ନେଗେଟିଭ୍ ଆସିବା ଖବର ଜାଣିବା ପରେ ଜିଲ୍ଲାବାସୀ ଆଶ୍ବସ୍ତ ହୋଇଛନ୍ତି।ଜିଲ୍ଲାରେ ୪୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର୍ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଜିଲ୍ଲାର ସୁରତ ଫେରନ୍ତା ଛଅ ଜଣଙ୍କ ରିପୋର୍ଟ ନେଗେଟିଭ୍, ସାରା ରାଜ୍ୟର ପ୍ରବାସୀ ଓଡିଆ ତଥା ସୁରତ ଫେରନ୍ତା କୋରୋନା ପଜିଟିଭ୍ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ କୋରାପୁଟ ଜିଲ୍ଲାରେ ନିକଟରେ ସୁରତରୁ ଆସିଥିବା ଛଅ ଜଣଙ୍କ ସ୍ବାବ୍ ରିପୋର୍ଟ କୋରୋନା ନେଗେଟିଭ୍ ଆସିବା ଜାଣିବା ପରେ ଜିଲ୍ଲାବାସୀ ଆଶ୍ବସ୍ତ ହୋଇଛନ୍ତି । ଏହାସହ କୋରାପୁଟର ପଞ୍ଚାୟତ ଭବନ (ମହିଳା କନିଷ୍ଠ ମହାବିଦ୍ୟାଳୟ)ରେ ୪୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର୍ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ଚିକିତ୍ସାଧିକାରୀ ମକରନ୍ଦ ବେଉରା ଜଣାଇଛନ୍ତି । ବୁଧବାର ସୁଦ୍ଧା ଜିଲ୍ଲାରୁ ସମୁଦାୟ ୧୨୬୦ ଟି ନମୁନା ପରୀକ୍ଷା ପାଇଁ ଆରଏମଆରସି ଭୁବନେଶ୍ବରକୁ ପଠାଯାଇଥିବା ବେଳେ ତନ୍ମଧ୍ୟରୁ ୧୦୬୬ ଟିର ରିପୋର୍ଟ ନେଗେଟିଭ୍ ରହିଛି ।

ରିପୋର୍ଟ ସୁନ୍ଦର କୁମାର ପାଣି #କୋରାପୁଟ