ଦ୍ୱିତୀୟ କିସ୍ତିର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରିଲିଫ ପ୍ୟାକେଜ୍ ରେ ଚାଷୀ ଏବଂ ପ୍ରବାସୀ ଶ୍ରମିକଙ୍କୁ ବେଶ୍ ଗୁରୁତ୍ୱ ଦେଇଛନ୍ତି । ତେବେ ପ୍ରବାସୀ ଶ୍ରମିକଙ୍କୁ ନେଇ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରିବାରେ ସରକାର ସାହାଯ୍ୟ କରିବେ। ପ୍ରବାସୀ ଶ୍ରମିକମାନଙ୍କୁ କାମ ଦଆଯିବ । ଆଉ ଏହାର ପଂଜିକରଣ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି ।
ନିର୍ମଳା ଆହୁରୀ ମଧ୍ୟ କହିଛନ୍ତି ଯେ, ଗତକାଲି ପର୍ଯ୍ୟନ୍ତ ୬.୭ ଲକ୍ଷ ଗ୍ରାମ ପଞ୍ଚାୟତରେ ୬.୭ କୋଟି ଲୋକଙ୍କୁ କାମ ଦିଆଯାଇଛି। ଗତ ବର୍ଷ ମେ ମାସ ତୁଳନାରେ ଏଥର ୪ ରୁ ୭ ପ୍ରତିଶତ ଅଧିକ ଲୋକ ପଞ୍ଜୀକୃତ ହୋଇଛନ୍ତି। ଏହିପରି, ଗତ ବର୍ଷ ତୁଳନାରେ ଶ୍ରମିକଙ୍କ ବେତନ ମଧ୍ୟ ବୃଦ୍ଧି ପାଇଛି। ଗତ ବର୍ଷ ଦୈନିକ ମଜୁରୀ ୧୮୨ ଟଙ୍କା ଧାର୍ଯ୍ୟ କରାଯାଇଥିଲା ମାତ୍ର ଚଳିତ ବର୍ଷ ଏହାକୁ ୨୦୨ଟଙ୍କାକୁ ବୃଦ୍ଧି କରିଦିଆଯାଇଛି ।
ସେହିଭଳି ସର୍ବନିମ୍ନ ମଜୁରୀ ତଥା ପାରିଶ୍ରମିକ ତଥା ବେତନ ଅଧିକାର ସମସ୍ତ କର୍ମଚାରୀଙ୍କୁ ଦେବାକୁ ପ୍ରସ୍ତାବ ଯୋଜନା । ଫଳରେ ସର୍ବନିମ୍ନ ୱେଜ୍ କ୍ଷେତ୍ରୀୟ ଅସମାନତା ଶେଷ କରିବାକୁ ଯୋଜନା ରଖାଯାଇଛି । ସେହିପରି ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରାଯିବ । ସେହିଭଳି ସହରାଞ୍ଚଳରେ ଗରିବଙ୍କୁ ୧୧ ହଜାର କୋଟି ଟଙ୍କାର ସରକାରୀ ସହାୟତା ମିଳିବ । ସରହରାଞ୍ଚଳ ଗରିବଙ୍କ ପାଇଁ ରାଜ୍ୟ ସରକାର ରିଲିଫ ପାଣ୍ଠି ବ୍ୟବହାର କରିବାକୁ ଅନୁମତି ମିଳିଲା । ଯାହାଦ୍ୱାରା ସେମାନଙ୍କର ଖାଇବା ଏବଂ ରହିବା ବ୍ୟବସ୍ଥା କରାଯିବ । ଏଥିପାଇଁ କେନ୍ଦ୍ରରୁ ଟଙ୍କା ପ୍ରଦାନ କରାଯାଇଥାଏ । ସହରାଞ୍ଚଳରେ ରହୁଥିବା ବାସହରା ଲୋକଙ୍କୁ ସେଲଟର୍ ହୋମ୍ ରେ ତିନି ଓଳା ଖାଇକାକୁ ସଂପୂର୍ଣ୍ଣ ରୂପେ କ୍ରେନ୍ଦ୍ର ସରକାରଙ୍କ ଟଙ୍କାରୁ ଦିଆଯାଉଛିବୋଲି କହିଛନ୍ତି |
ରିପୋର୍ଟ – ସଂଘମିତ୍ରା ପଣ୍ଡା