ରାଜ୍ୟରେ ଆଜି ଆଉ ୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ୬୦ ଜଣ କ୍ବାରେଣ୍ଟାଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ଘରୁ ଚିହ୍ନଟ ହୋଇଛନ୍ତି । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୬୬ ଜଣ ସୁସ୍ଥ ହୋଇଥିବାବେଳେ ୫୦୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ଏବଂ ୩ ଜଣଙ୍କ ମୃତ୍ୟୁ ଘଟିଛି ।
ଗୁରୁବାର ଅପରାହ୍ନରେ କେନ୍ଦ୍ରାପଡାରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଶୁକ୍ରବାର ୪୮ ଜଣ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ହୋଇଛି । ଆଜି ଚିହ୍ନଟ ହୋଇଥିବା ୪୮ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ଵରର ୧୨, ଗଞ୍ଜାମର ୧୨, ପୁରୀର ୧୦, ଭଦ୍ରକର ୬, ନୟାଗଡ଼ର ୩, ଯାଜପୁରର ୨ ଏବଂ କଟକ, ସୁନ୍ଦରଗଡ଼ ଓ ଦେବଗଡ଼ରୁ ଜଣେ ଲେଖାଏ ସଂକ୍ରମିତ ରହିଛନ୍ତି । ଏହି ସଂଖ୍ୟାକୁ ମିଶାଇଲେ ଗଞ୍ଜାମରେ ମୋଟ ସଂକ୍ରମିତ ସଂଖ୍ୟା ୨୬୪ରେ ପହଞ୍ଚିଥିବାବେଳେ ବାଲେଶ୍ଵରରେ ୧୦୨ ଏବଂ ଯାଜପୁରରେ ୯୦ ରହିଛି। ମୋଟ ୨୧ଟି ଜିଲ୍ଲାରେ କରୋନା ପ୍ରଭାବ ଦେଖିବାକୁ ମିଳିଛି ।
ରିପୋର୍ଟ – ପ୍ରିୟମ୍ବଦା