କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଦ୍ୱିତୀୟ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ବାବଦରେ ତଥ୍ୟ ଦେଇଛନ୍ତି ।ଏଥିରେ ଗରିବ, ଶ୍ରମିକ, ଆଦିବାସୀ, ମଧ୍ୟବିତ୍ତ ଓ କୃଷକଙ୍କ ପାଇଁ ଅନେକ ବଡବଡ ଘୋଷଣା କରାଯାଇଛି । ସେଗୁଡ଼ିକ ହେଲା :-
୧. ୬ରୁ ୮ ଲକ୍ଷ ଟଙ୍କା ରୋଜଗାର କରୁଥିବା ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୧୭ରେ କ୍ରେଡିଟ୍ ଲିଙ୍କ୍ ସବସିଡି ସ୍କିମ୍ ଆରମ୍ଭ କରାଯାଇଥିଲା । ଯାହା ମାର୍ଚ୍ଚ ୩୧, ୨୦୨୦ରେ ସରିଥାନ୍ତା । କିନ୍ତୁ ଏହାକୁ ମାର୍ଚ୍ଚ ୨୦୨୧ ଯାଏଁ ବୃଦ୍ଧି କରାଯାଇଛି । ଏଥିରେ୍ ଆହୁରି ୨.୫ ଲକ୍ଷ ଲୋକଙ୍କୁ ଲାଭ ମିଳିବ ।
୨. ଆଦିବାସୀ ଓ ଜନଜାତିଙ୍କ ପାଇଁ କାମ୍ପା ଫଣ୍ଡକୁ ବ୍ୟବହାର କରାଯାଇ ୬୦୦୦ କୋଟିର ରୋଜଗାର ସୁଯୋଗ ସୃଷ୍ଟି କରାଯିବ । ଏଥିରେ ଆଧିବାସୀ ଓ ଜନଜାତିଙ୍କୁ ସିଧାସଳଖ ଟଙ୍କା ମିଳିବ ।
୩. ନାବାର୍ଡ ଜରିଆରେ କୃଷକଙ୍କୁ ୩୦ ହଜାର କୋଟିର ଅତିରିକ୍ତ ସାହାଯ୍ୟ ପ୍ରଦାନ କରାଯାଉଛି । ଏଥିରେ ୩ କୋଟି ଚାଷୀ ଉପକୃତ ହେବେ ।
୪. ଶିଶୁଲୋନ୍ ନେଇଥିବା ବ୍ୟବସାୟୀଙ୍କୁ ୧୫୦୦ କୋଟିର ଫାଇଦା ମିଳିବ । ଏଥିରେ ଠେଲାଗାଡି, କ୍ଷୁଦ୍ର ବ୍ୟବସାୟୀ ଆଦିଙ୍କୁ ୫୦୦୦ ହଜାର କୋଟି ଟଙ୍କାର ସୁବିଧା ଦିଆଯିବ । ପ୍ରାୟ ୫୦ ଲକ୍ଷ ବ୍ୟବସାୟୀଙ୍କୁ ଏହାର ଲାଭ ମିଳିବ ।
୫. ୮କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ୩୫ ହଜାର କୋଟିର ପ୍ରାବଧାନ କରାଯାଇଛି । ୨ ମାସ ଯାଏଁ ଶ୍ରମିକଙ୍କୁ ଡାଲି, ଚାଉଳ ମିଳିବ । ରାସନ କାର୍ଡ ନଥିବା ଶ୍ରମିକଙ୍କୁ ମଧ୍ୟ ଏହା ମାଗଣାରେ ପ୍ରଦାନ କରାଯିବ । ସେମାନଙ୍କୁ ୫ କେଜି ଚାଉଳ ଓ ୧ କେଜି ଡାଲି ମିଳିବ ।
୬. କୃଷକଙ୍କ ପାଇଁ ସରକାର ଲଗାତାର ଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ୩ କୋଟି କୃଷକଙ୍କୁ ୪.୨୨ ଲକ୍ଷ କୋଟିର ଲୋନ୍ ମିଳିବ । କୃଷି ଶିଳ୍ପକୁ ମୋଟ ୮୬,୬୦୦ କୋଟିର ଲୋନ ପ୍ରଦାନ କରାଯାଇଛି । ସେହିପରି ପ୍ରବାସୀ ଶ୍ରମିକ ଓ ସହରାଞ୍ଚଳ ଗରିବଙ୍କ ପାଇଁ ସରକାର ୧୧ହଜାର କୋଟିର ସହାୟତା ରାଶି ଘୋଷଣା କରିଛନ୍ତି ।
୭. ୩ କୋଟି କୃଷକଙ୍କୁ ୪.୨୨ ଲକ୍ଷ କୋଟି ପ୍ରଦାନ କରାଯିବ । ଏହି ଲୋନରେ ୩ ମାସର ରିହାତି ମିଳିବ । କୃଷି ଋଣ ଉପରେ ରିପେମେଣ୍ଟ ରିହାତି ମାର୍ଚ୍ଚ ୧ରୁ ମେ ୩୧ ଯାଏଁ ବୃଦ୍ଧି କରାଯାଇଛି । ସେହିପରି ୨୫ ଲକ୍ଷ କୃଷକଙ୍କୁ କ୍ରେଡିଟ୍ କାର୍ଡ ସୁବିଧା ମିଳିବ । ଏଥିପାଇଁ ୨୫ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ।
୮. ରାଜ୍ୟକୁ ଫସଲ କିଣିବା ପାଇଁ ୬୭୦୦ କୋଟି ପ୍ରଦାନ କରାଯାଇଛି । ମାର୍ଚ୍ଚରେ ୪୨୦୦ କୋଟି ଟଙ୍କାର ଗ୍ରାମୀଣ ଇନଫ୍ରା ଫଣ୍ଡ ପ୍ରଦାନ କରାଯାଇଛି । ସହରାଞ୍ଚଳ ଗରିବଙ୍କ ପାଇଁ ୭୨୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି ।
ରିପୋର୍ଟ – ପ୍ରିୟମ୍ବଦା