ଲକଡାଉନ୍ ରେ ଚାଲି ଚାଲି ଘରକୁ ଫେରିଲେ ଦାଦନ ,ନିଜ ଜିନିଷ କାନ୍ଧରେ ବୋହି ରାସ୍ତାରେ ଚାଲି ଚାଲି ଗାଁ ରେ ପହଁଚିଲେ

କୋରାପୁଟ:କରୋନା ଭୁତାଣୁ ସଂକ୍ରମଣ ରୁ ରକ୍ଷା ପାଇଁ ଲାଗୁ ହୋଇଥିବା ଲକଡାଉନ୍‌ ଯୋଗୁଁ ପୂର୍ବରୁ ଅନେକ ଲୋକ ନିଜ ଘରକୁ ଫେରିବା ପାଇଁ ଦୂରଦୂରାନ୍ତରୁ ଚାଲି ଆସୁଥିବାର ଉଦାହରଣ ଦେଖିବାକୁ ମିଳିଛି ।କେବଳ ସେତିକି ନୁହେଁ, ରାସ୍ତାରେ ଏମିତି ଅନେକ ନିଃସହାୟ ଲୋକଙ୍କୁ ଦେଖିବାକୁ ମିଳୁଛି ।
୯ଜଣ ଦାଦନ ଶ୍ରମିକ ବଲାଙ୍ଗୀର ଜିଲ୍ଲାର ତୁରେଇକେଲା ଠାରେ ରେଳବାଇ ରେ କାମ କରିବାକୁ ଯାଇଥିଲେ ।ସେମାନେ ଏବେ ବୈପାରିଗୁଡ଼ା ବ୍ଲକକୁ ଫେରିବା ସମୟରେ ଏକ ସରକାରୀ ବସ୍ ବୈପାରିଗୁଡ଼ା ଠାରୁ ୧୨କିଲୋମିଟର ଦୂରରେ ଥିବା କୋଟାଛକ ଠାରେ ଛାଡ଼ିଦେଇଥିଲା ଫଳରେ ସେମାନେ ଖରାରେ ଚାଲି ଚାଲି ବୈପାରିଗୁଡ଼ା ବ୍ଲକ ଠାରେ ପହଞ୍ଚିଥିଲେ ।
ପହଞ୍ଚିବା ପରେ ଡାକ୍ତର ଅଧିରାଜ ସାହୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଛାଡ଼ିଦେଇଥିଲେ ।ସେମାନେ ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଚିପାକୁର ପଞ୍ଚାୟତର ସୁନ୍ଦରଯୋଡି ର ୫ଜଣ, ଫୁଲକାମାନ ର ୩ଜଣ ଏବଂ କ୍ରୀସାଲ ଗ୍ରାମର ଜଣେ ବୋଲି ଜଣାପଡ଼ିଛି ।
ଲକଡାଉନ୍ ଅବଧି‌ ବୃଦ୍ଧି ଘୋଷଣା ହେବା ପରେ ପରେ ରାଜ୍ୟ ବାହାରୁ ଏବଂ ଜିଲ୍ଲା ବାହାରୁ ଅନେକ ଦିନ ମଜୁରିଆ ପାଦରେ ଚାଲି ଚାଲି ନିଜ ଘରକୁ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ରିପୋର୍ଟ -ସୁନ୍ଦର କୁମାର ପାଣି #କୋରାପୁଟ