କୋରାପୁଟ :ପଟାଙ୍ଗି ସଦରମହକୁମା ସ୍ଥିତ ହନୁମାନ ମନ୍ଦିର ନିକଟସ୍ଥ ୨୬ ନଂ ଜାତୀୟ ରାଜପଥରେ ଏକ ଆଲକାତାରା(ପିଚୁ) ବୋଝେଇ ଟ୍ୟାଙ୍କର୍ ମାଡିଯିବା ଫଳରେ ଏକ ବାଇକ୍ ଆରୋହୀଙ୍କ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ପଟାଙ୍ଗି ଥାନା ଅଧିକାରୀ ଆଇ ଆଇ ସି ବିଜୟ ରାଜ ମାଝୀ ଙ୍କ ସୂଚନା ଅନୁଯାଇ ସକାଳେ ପ୍ରାୟ ୮ଘଣ୍ଟା ସମୟରେ ସୁଙ୍କି ଠାରୁ ପଟାଙ୍ଗି ଆସୁଥିବା ଏକ ଆଲକାତାରା(ପିଚୁ) ଟ୍ୟାଙ୍କର୍ ନଂ ଏପି ୩୧ ଟିଏଚ ୧୪୫୯ ବିପରୀତ ଦିଗରୁ କ୍ରିକେଟ ଖେଳିବାକୁ ଏକ ବାଇକ୍ ରେ ତିନି ଜଣ ବାଳକ ରାଲାଗେଡା ଯାଉଥିବା ସମୟରେ ସେଠାରେ ଧକ୍କା ହୋଇ ୩ଜଣ ବାଳକଙ୍କ ଉପରକୁ ଗାଡି ମାଡି ଯାଇଥିଲା, ଫଳରେ ଆହତ ତିନିଜଣଙ୍କୁ ପ୍ରଥମେ ପଟାଙ୍ଗି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ପଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତର ଗାଲିଗାପଟର ଗ୍ରାମର ରାଜୀବ ପାଙ୍ଗି(୨୨) ଗୁରୁତର ହେତୁ କୋରାପୁଟ ସହିଦ ଲକ୍ଷମଣ ନାୟକ ମେଡିକାଲ୍ କଲେଜ୍ କୁ ସ୍ଥାନାନ୍ତରିତ କରିବା ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ପୋଲିସ୍ ସୂଚନା ଦେଇଅଛି।ଉକ୍ତ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଏ ଏସ ଆଇ ସୁବାସ ନାୟକ ସୂଚନା ଦେଇଥିବା ବେଳେ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇ ମୃତ ଶରୀରଟିକୁ ବ୍ୟବଛେଦ କରିବାପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ଏବଂ ଟ୍ୟାଙ୍କର୍ ଟିକୁ ଜବତକରିବା ସହ ଚାଳକକୁ ଅଟକ ରଖାଯାଇଥିବା ଆଇ ଆଇ ସି ଶ୍ରୀ ମାଝୀ ସୂଚନା ଦେଇଅଛନ୍ତି ।
ରିପୋର୍ଟ – ସୁନ୍ଦର କୁମାର ପାଣି #କୋରାପୁଟ