ଛାତ୍ରଛାତ୍ରୀ ମାନଙ୍କ ପାଇଁ ‘ଭରସା’ ହେଲ୍ପଲାଇନ୍ ନମ୍ବର ଜାରି

କୋରାପୁଟ : ଯୁବପୀଢ଼ି ମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ବୋଲି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡିଶା, ସିୟୁଓ ଦ୍ବାରା ପ୍ରସ୍ତୁତ ‘ଭରସା’ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।ବର୍ତ୍ତମାନ ସାରା ବିଶ୍ବରେ କୋରୋନା ତାର କାୟା ମେଲାଇବାରେ ଲାଗିଛି । ଯେଉଁଥିରୁ ବର୍ତ୍ତିବାକୁ ଏବେ ସାରା ଦେଶରେ ଜାରି ହୋଇଛି ଲକଡାଉନ୍ । ଏହି ଘଡିସନ୍ଧି ମୁହୂର୍ତ୍ତରେ ଯୁବପୀଢ଼ିଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବା ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ବୋଲି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡିଶା, ସିୟୁଓ ଦ୍ବାରା ପ୍ରସ୍ତୁତ ‘ଭରସା’ ନାମରେ ଏକ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।

ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ବରଯାହାକୁ ଅନଲାଇନ୍ ଯୋଗେ ସୋମବାର ଜାତି ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟଲ ମତବ୍ୟକ୍ତ କରିଛନ୍ତି । ଏହି ହେଲ୍ପଲାଇନ୍ ନମ୍ବର ଯୋଗେ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ କୋରୋନା ସମ୍ପର୍କିତ ବିଭିନ୍ନ ତଥ୍ୟ ସମ୍ପର୍କରେ ଜାଣିବା ସହିତ ଏହି ସମୟରେ ସେମାନଙ୍କ ମନରେ ଆସୁଥିବା ବିଭିନ୍ନ ଦ୍ଵନ୍ଦ, ଆଶଙ୍କା ଓ ନିରୁତ୍ସାହକାରୀ ତତ୍ତ୍ବ ସମ୍ପର୍କରେ ବିଶେଷଜ୍ଞଙ୍କ ସହ ପରାମର୍ଶ କରିପାରିବେ ବୋଲି ସିୟୁଓର କୁଳପତି ଆଇ. ରାମବ୍ରହ୍ମମ ଜଣାଇଛନ୍ତି । ଗତ କିଛିଦିନ ପୂର୍ବେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଦ୍ବାରା ଏହି ହେଲ୍ପଲାଇନ୍ ନମ୍ବରର ପରୀକ୍ଷାମୂଳକ ଉଦଘାଟନ୍ କରାଯିବା ପରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୪୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ନମ୍ବରକୁ ବ୍ୟବହାର କରିଥିବା ସେ ସୂଚନା ଦେଇଛନ୍ତି |

ରିପୋର୍ଟ – ସୁନ୍ଦର କୁମାର ପାଣି #କୋରାପୁଟ