ଅମାନିଆଙ୍କୁ ବୁଝେଇବ କିଏ


କୋରାପୁଟ : ସହରରେ ବଢୁଛି ଭିଡ଼, ବିନା କାରଣ ରେ ବାହାରେ ବୁଲୁଛନ୍ତି କିଛି ଅମାନିଆ | ଲକଡ଼ାଉନ୍ ପରିସ୍ଥିତିରେ କୋରାପୁଟ ସହରରେ ଭିଡ଼ ଦେଖିଲେ ମନରେ ଗୋଟିଏ ପ୍ରଶ୍ନ ଉଠୁଛି , ଅମାନିଆଙ୍କୁ ବୁଝାଇବ କିଏ ।

କରୋନା ମହାମାରୀ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ସରକାର ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ମାସ୍କ ବ୍ୟବହାର, ହାତ ବାରମ୍ବାର ଧୋଇବା ସହ ସାମାଜିକ ଦୂରତା ବଜାଇ ରଖିବା ଦିଗରେ ଗୁରତ୍ୱ ଦେବାକୁ କହିଛନ୍ତି । କିନ୍ତୁ କୋରାପୁଟ ସହରରେ ଏହାର ବିପରୀତ ପରିଲିଖିତ ହେଉଛି । ସକାଳ ମାର୍କେଟରେ ମାଳ ମାଳଗାଡି ମୋଟର ଚଳପ୍ରଚଳ ସହ ଘନ ଘନ ଲୋକଙ୍କ ଭିଡ଼ ଦେଖିଲେ ଲାଗୁଛି କରୋନା ପ୍ରତି କାହାର ଯେମିତି ଭୟ ନାହିଁ । ପୋଲିସ୍ ପ୍ରଶାସନ ଲୋକଙ୍କ ସୁରକ୍ଷା ପାଇଁ ଦିନ ରାତି ଏକ୍ କରିଥିବାବେଳେ ଲୋକଙ୍କୁ ଏହାର ଖାତିର୍ ନଥିବା ପରି ମନେ ହେଉଛି । ପରିବା ମାର୍କେଟ ହେଉକି ଆମିଷ ମାର୍କେଟ ଲୋକଙ୍କ ଭିଡ଼ ଅସମ୍ଭାଳ ହୋଇପଡୁଛି । ଏହାଛଡା ସହରର ବିଭିନ୍ନ ସ୍ଥାନରେ ବାଉଁଶ ବାରିକେଡ୍ ମାନ ପୋଲିସ୍ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ସେଗୁଡ଼ିକ ମଧ୍ୟ ଅମାନିଆ ଭାଙ୍ଗିବାରେ ଲାଗିଛନ୍ତି । ଏହାର ଉଦାହରଣ ପାଲଟିଛି ପରଜା ସାହିରେ କରା ଯାଇଥିବା ଏପରି ଏକ ବାରିକେଡ୍। ଲୋକ ସରକାରୀ ନିୟମ ଅବମାନନା କରି ଏହାକୁ ଭାଙ୍ଗି ଗାଡି ଚଳାଚଳ କରୁଛନ୍ତି ।

ଏ ନେଇ ଟାଉନ୍ଥାନା ଅଧିକାରୀ ପୀତବାସ ଧାରୁଅଙ୍କୁ ପଚାରିବାରୁ ଅମାନିଆ ଙ୍କୁ ସାବଡ଼ କରାଯାଉଛି । ଆଗକୁ ଏ ଦିଗରେ ଆହୁରି କଢ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ରିପୋର୍ଟ – ସୁନ୍ଦର କୁମାର ପାଣି #କୋରାପୁଟ