ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାଷ ଚୌହ୍ୱାନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କର ଅକାଳ ବିୟୋଗ ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନ ପାଇଁ ଏକ ବଡ କ୍ଷତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ “ଶ୍ରୀଯୁକ୍ତ ସୁବାଷ ଚୌହ୍ୱାନଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସୁବାଷ ଭାଇଙ୍କ ସହ ଦୀର୍ଘ ବର୍ଷ ଧରି କାମ କରିବାର ଅନେକ ସ୍ମୃତି ମୋ ପାଖରେ ଅଛି । ତାଙ୍କର ଅକାଳ ବିୟୋଗ ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନ ପାଇଁ ଏକ ବଡ କ୍ଷତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।”
ରିପୋର୍ଟ – ପ୍ରିୟମ୍ବଦା