ମିଥ୍ୟା ଖବର ପ୍ରସାରଣ କୁ ନେଇ ଥାନା ରେ ମାମଲା

ସାରା ଦେଶରେ ମହାମାରୀ କୋରନା କୁ ନେଇ ଆତଙ୍କିତ ଥିବା ବେଳେ ଏହାକୁ ନେଇ କିଛି ଅସାମାଜିକ ବ୍ୟକ୍ତି ବିଭିନ୍ନ ଗଣମାଧ୍ୟମ ରେ ମିଥ୍ୟା ଖବର ପ୍ରସାରଣ କରି ସାଧାରଣ ଜନତାଙ୍କୁ ଆହୁରି ଅଧିକ ଭୟବିତ କରାଉଛନ୍ତି। କିଛି ସ୍ଥାନରେ ମିଥ୍ୟା ଖବର ପ୍ରସାରଣ କରି କିଛି ବ୍ୟକ୍ତି ଗିରଫ ହୋଇଥିଲେ ମଧ୍ୟ ଲୋକେ ଏହାପ୍ରତି ସଚେତନ ହେଉ ନଥିବାର ଦେଖିବାକୁ ମିଳିଛି । ଆଜି ପୁଣିଥରେ କୋରାପୁଟ ରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି। କୋରାପୁଟ ସହର ର ଜଗନ୍ନାଥ ବାରିକ ନାମକ ଜଣେ ବ୍ୟକ୍ତି କୋରନା ପୀଡିତ ବୋଲି ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ହୋଇଥିଲା । କନକ ନିୟୁଜ୍ ର ଲୋଗ ଲଗେଇ ଏହି ମିଥ୍ୟା ଖବର ପ୍ରକାଶିତ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଖବର ପ୍ରସାରଣ ହେବା ପରେ କୋରାପୁଟ ବାସୀ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ରୂପେ ଭୟବିତ ହୋଇପଡିଥିଲେ ।

ତେବେ ଏହି ବ୍ୟକ୍ତି ଙ୍କ ନାମରେ ମିଥ୍ୟା ଖବର ପ୍ରସାରଣ ହେବା ପରେ ଉକ୍ତ ବ୍ୟକ୍ତି ଜଣକ କୋରାପୁଟ ଟାଉନ୍ ଥାନା ରେ ଏକ ଲିଖିତ ଅଭିଯୋଗ କରି ମିଥ୍ୟା ଖବର ପ୍ରସାରଣ କରିଥିବା ଯୁବକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଉକ୍ତ ବ୍ୟକ୍ତି ଜଣଙ୍କ କୋରାପୁଟ ସହରରେ ଥିବା ସରକାରୀ ମହାବିଦ୍ୟାଳୟ ରେ ଷ୍ଟୋର୍ କିପର ଭାବେ କାର୍ଯ୍ୟ କରନ୍ତି ।

ରିପୋର୍ଟ- ସୁନ୍ଦର କୁମାର ପାଣି #କୋରାପୁଟ