ବିରତ୍ୱର ପରାକାଷ୍ଠା ଦେଖାଇଲେ ବିନିତା । ବୟସ ୨୭ ବର୍ଷ , କିନ୍ତୁ ଅନ୍ୟମାନଙ୍କ ଆଖିରେ ସେ ଏବେ ସାଜିଛନ୍ତି ବିରାଙ୍ଗନା । କଥାଟି ଟିକେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରାଉଥିଲେ ବି ଏହା ସତ । ନିଜ ଆଖ ପାଖ ଅଞ୍ଚଳରେ ସେ ଏବେ ଖୁବ ଚର୍ଚ୍ଚାରେ । ବିନିତା ଉରାଓଁ , ତାଙ୍କର ଅଦମ୍ୟ ସାହସ ଏବଂ ବୀରତ୍ଵ ଦେଖି ପଛଘୁଞ୍ଚା ଦେଇଛନ୍ତି ମାଓବାଦୀ।
ବିନିତାଙ୍କ ପରିବାରକୁ ହତ୍ୟା କରିବାକୁ ଘରେ ପଶିଥିବା ମାଓବାଦୀମାନେ ବିନିତାଙ୍କୁ ସାମ୍ନା କରି ନ ପାରି ଦେଇଛନ୍ତି ଛତ୍ରଭଙ୍ଗ । ଏପରି କି ଏହି ଲଢ଼େଇରେ ଜଣେ ମାଓବାଦୀ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଘଟଣା ଘଟିଛି ଝାଡ଼ଖଣ୍ଡର ଗୁମଲା ଜିଲା ଅନ୍ତର୍ଗତ ସଦର ଥାନାର ବୃନ୍ଦା ନାୟକଟୋଲି ଗାଁରେ। ବିନିତାଙ୍କ ଏହି ବିରତ୍ୱ ଯୋଗୁଁ ତାଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି ।
ରିପୋର୍ଟ – ପ୍ରିୟମ୍ବଦା