ରିଲିଆନ୍ସ ଜିଓ ଲଞ୍ଚ କରିଛି ଏକ ନୂଆ ଓ୍ୱାର୍କ ଫ୍ରମ୍ ହୋମ୍ ପ୍ଲାନ୍ । ଯେଉଁଥିରେ ପ୍ରତିଦିନ ୨ ଜିବି ଡାଟା ମିଳିବ ଏବଂ ଏହି ପ୍ଲାନର ବୈଧତା ମଧ୍ୟ ଗୋଟିଏ ବର୍ଷ ପର୍ଯ୍ୟନ୍ତ ରହିବ । କମ୍ପାନୀ ଆଡ୍-ଅନ୍ ପ୍ଲାନସ୍ ଲଞ୍ଚ୍ କରିଛି । ଏହାକୁ ଆନୁଆଲ୍ ପ୍ଲାନ୍ ଭାବେ ରିଚାର୍ଜ କରିହେବ । ଏହାର ଦାମ ରହିଛି ୧୫୧, ୨୦୧ ଓ ୨୫୧ । ସେହିପରି ୨୩୯୯ ଟଙ୍କାର ଆଉ ଏକ ପ୍ଲାନ୍ ଲଞ୍ଚ୍ କରିଛି । ଏଥିରେ ୟୁଜରସଙ୍କୁ ଦୈନିକ ୨ଜିବି ଡାଟା ମିଳିବ । ଏଥିରେ ଭଏସ୍ ଓ ଫ୍ରି ଏସ୍.ଏମ୍.ଏସ୍ ର ସୁବିଧା ମଧ୍ୟ ରହିଛି । ଏହାର ବୈଧତା ହେଉଛି ୩୬୫ ଦିନ । ୨୧୨୧ ଟଙ୍କାର ଆଉ ଏକ ପ୍ଲାନ୍ ଲଞ୍ଚ୍ କରିଛି ଯେଉଁଥିରେ ୧.୫ ଜିବି ଡାଟା ମିଳିବ । ଏହାର ଭାଲିଡିଟୀ ୩୩୬ ଦିନ ରହିଛି ଏବଂ ଏଥିରେ ମଧ୍ୟ ଅନଲିମିଟେଡ୍ ଭଏସ୍ କଲିଂ ଏସ୍.ଏମ୍.ଏସ୍ ସୁବିଧା ରହିଛି ।
ସେହିପରି ୧୫୧ ଟଙ୍କାର ରିଚାର୍ଜ ପ୍ଲାନରେ ୩୦ ଜିବି ଡାଟା ମିଳିବ । ଏହାର ବୈଧତା ବେସିକ୍ ଓ୍ୱାର୍କ ଫ୍ରମ୍ ହୋମ୍ ପ୍ଲାନ ଆଧାରରେ ହୋଇଥାଏ । ଯଦି ଆପଣଙ୍କ ଦୈନିକ ୨ ଜିବି ଡାଟା ସରିଯାଏ ତେବେ ଏଥିରେ ଥିବା ଅତିରିକ୍ତ ଡାଟା ଆପଣ ବ୍ୟବହାର କରିପାରିବେ । ସେହିପରି ୨୦୧ ଟଙ୍କାର ପ୍ଲାନରେ ୪୦ ଜିବି ଡାଟା ଓ ୨୫୧ ଟଙ୍କାରେ ୫୦ ଜିବି ଡାଟା ମିଳିବ ।
ରିପୋର୍ଟ – ପ୍ରିୟମ୍ବଦା