“କେବଳ ବୁଦ୍ଧଙ୍କ ବାଣୀ ଶୁଣାଇଲେ ହେବନି, ତାହା ପାଳନ ବି କରିବା ଦରକାର” -ମୋଦିଙ୍କୁ ପ୍ରିୟଙ୍କାଙ୍କ କଟାକ୍ଷ

ଗତକାଲି ବୁଦ୍ଧ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଯାଇ ବୁଦ୍ଧଙ୍କ ପ୍ରଦର୍ଶିତ ମାର୍ଗରେ କରୋନା ଭଳି ମହାମାରୀର ଆମେ ମୁକାବିଲା କରିବା ସହ ସାରା ବିଶ୍ୱକୁ ବି ସହାୟତା କରିପାରିଥିବା କହିଛନ୍ତି। ତେବେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ୱାଡ୍ରା ପ୍ରଧାନମନ୍ତ୍ରୀଙ୍କୁ “କେବଳ ବୁଦ୍ଧଙ୍କ ବାଣୀ ସୁଣେଇଲେ ହେବନି, ପାଳନ କରି ଦେଖାଇବା ମଧ୍ୟ ଦରକାର” ବୋଲି ପରାମର୍ଶ ଦେଇଛନ୍ତି ।
ଏହା ସମ୍ପର୍କରେ ପ୍ରିୟଙ୍କା ୱାଡ୍ରା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୋଷ୍ଟ ରେ ଶ୍ରମିକଙ୍କୁ ଗୁଜୁରାଟରୁ ୟୁପି ଆଣି ଏହା ପାଇଁ ସେମାନଙ୍କଠାରୁ ଟଙ୍କା ମଧ୍ୟ ଆଦାୟ କରାଗଲା ବୋଲି ଉଲ୍ଲେଖ କରିଛନ୍ତି। ଏଥିରେ ଆଗରା ଓ ବରେଲୀ ଯିବାକୁ ଥିବା ଲୋକଙ୍କୁ ଲକ୍ଷ୍ନୌ ଓ ଗୋରଖପୁରରେ ନେଇ ଛାଡି ଦିଆଯାଇଥିବା ଜଣାଇଛନ୍ତି ପ୍ରିୟଙ୍କା। ବୁଦ୍ଧଙ୍କ ବାଣୀ କରୁଣାର ବାଣୀ, ତେଣୁ ପ୍ରବାସୀ ଶ୍ରମିକଙ୍କ ପ୍ରତି ଆମର ବ୍ୟବହାର ଉତ୍ତମ ରହିବା ଦରକାର ବୋଲି ପ୍ରିୟଙ୍କା ପ୍ରକାଶ କରିଛନ୍ତି । ବୁଦ୍ଧପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଦେସବାସୀଙ୍କୁ ସମ୍ବୋଧିତ କରି ଭାରତ ଆଜି ବୁଦ୍ଧଙ୍କ ପ୍ରଦର୍ଶିତ ମାର୍ଗରେ ଚାଲି ସାରା ବିଶ୍ୱକୁ ସହାୟତା କରୁଥବା କହିଥିଲେ। ଏଥିରେ ଆମକୁ ନିରନ୍ତର ସେବା ଭାବନାରେ ପାରିଚାଳିତ ହେବାକୁ ପଡିବ ଏବଂ ସମଗ୍ର ବିଶ୍ୱର ନଜର ଭାରତ ଉପରେ ରହିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ରିପୋର୍ଟ – ପ୍ରିୟମ୍ବଦା

Leave a Reply

Your email address will not be published. Required fields are marked *