ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ପାଇଁ ୧୦ହଜାର ଟଙ୍କା ଦେଲେ ଅଙ୍ଗନବାଡି କର୍ମୀ

କରୋନା ମୁକାବିଲାରେ ସରକାରଙ୍କୁ ସହାୟତା ର ହାତ ବଢ଼ାଇଛନ୍ତି କୋରାପୁଟ ବ୍ଲକ ର ମସ୍ତିପୁଟ ସେକ୍ଟର ର ଅଙ୍ଗନବାଡି କର୍ମୀମାନେ।

ଗାଁ ସ୍ୱରରେ କରୋନା ସମ୍ବନ୍ଧରେ ଲୋକମାନଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିବା ସହ ଗାଁ ସ୍ତରରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା କ୍ଷେତ୍ରରେ ଅଙ୍ଗନବାଡି କର୍ମୀ ମାନେ ବହୁ କାର୍ଯ୍ୟ କରିବା ସହ ସଙ୍ଗରୋଧ କେନ୍ଦ୍ର ରେ ପ୍ରବାସି ମାନଙ୍କର ସେବାରେ ନିଜକୁ ପ୍ରସ୍ତୁତ କରି ରହିଛନ୍ତି। ଏହା ସହ କରୋନା ମୁକାବିଲାରେ ସରକାରଙ୍କ ସହଯୋଗ ସ୍ୱରୁପ କୋରାପୁଟ ବ୍ଲକ ର ମସ୍ତିପୁଟ ସେକ୍ଟର ର ସମସ୍ତ ଅଙ୍ଗନବାଡି ମିଳିତ ଭାବେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ପାଇଁ ୧୦ହଜାର ଟଙ୍କା କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ଜରିଆରେ ଦେଇଛନ୍ତି। ମସ୍ତିପୁଟ ସେକ୍ଟର ଅଙ୍ଗନବାଡି କର୍ମୀ ଜ୍ୟୋତି ମହିନୀ ଖୋସଲା, ତେଜସ୍ପିନି ବେନିଆ, କିରଣ ମହାନ୍ତି, ସୁନିତା ଖିଲ ,ରଞ୍ଜିତା ଖୋସଲା ଉପସ୍ଥିତ ଥିଲେ। ।

ଗାଁ ସ୍ତରରେ ସ୍ୱଳ୍ପ ପାରିଶ୍ରମିକ ପାଇଁ କାମ କରୁଥିଲେ ସୁଦ୍ଧା ସରକାରଙ୍କୁ ଏହି ସମୟରେ ସାହାଯ୍ୟର ହାତ ବଢାଇଥିବାରୁ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଏବଂ ସିଡିପିଓ ସାଧୁବାଦ ଜଣାଇଛନ୍ତି ।

ରିପୋର୍ଟ- ସୁନ୍ଦର କୁମାର ପାଣି #କୋରାପୁଟ

Leave a Reply

Your email address will not be published. Required fields are marked *