କୋରାପୁଟ ଜିଲ୍ଲା ଅରେଞ୍ଜ ଜୋନରେ ରହିଥିବାରୁ ପ୍ରଶାସନ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ଛଡା ଅନ୍ୟ ଦୋକାନ ସବୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ସମସ୍ତ ଦୋକାନ ସକାଳ ସାତଟାରୁ ଅପରାହ୍ନ ଦୁଇଟା ମଧ୍ୟରେ ଖୋଲାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି । କୋରାପୁଟ ଜିଲ୍ଲା ଅରେଞ୍ଜ ଜୋନରେ ରହିଥିବାରୁ ପ୍ରଶାସନ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ଛଡା ଅନ୍ୟ ଦୋକାନ ସବୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ସମସ୍ତ ଦୋକାନ ସକାଳ ସାତଟାରୁ ଅପରାହ୍ନ ଦୁଇଟା ମଧ୍ୟରେ ଖୋଲାଯିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।
କୋରାପୁଟରେ ସକାଳ ୭ଟାରୁ ଦିନ ୨ଟା ସାଧାରଣ ଦୋକାନ ଖୋଲାସେହିପରି ଜିଲ୍ଲାର ଏକମାତ୍ର କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା ପୋଡ଼ାଗଡ ଅଂଚଳରେ କଣ୍ଟେନମେଣ୍ଟ ଅବଧିକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ତେବେ ବାରମ୍ବାର ବଜାର ସମୟରେ ପରିବର୍ତ୍ତନ ଘଟୁଥିବାରୁ ଗ୍ରାହକ ଓ ବ୍ୟବସାୟୀ ଦ୍ବନ୍ଦ୍ବରେ ପଡୁଛନ୍ତି କୋରାପୁଟ ଜିଲ୍ଲାବାସୀ।
ରିପୋର୍ଟ-ସୁନ୍ଦର କୁମାର ପାଣି #କୋରାପୁଟ