ସର୍ବାଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଟପରେ ପହଞ୍ଚିଛି ଯାଜପୁର ଜିଲ୍ଲା। ସର୍ବାଧିକ ଆକ୍ରାନ୍ତଙ୍କ ସହିତ ଏବେ ଏହା ଖୋର୍ଦ୍ଧା ଜିଲ୍ଲାକୁ ଟପିଛି। ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଥିବା ବେଳେ କେବଳ ଯାଜପୁର୍ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୪୮ । ଖୋର୍ଦ୍ଧା ଜିଲ୍ଲାରେ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସେଠାରେ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ରହିଛି ୧୬ । ୩୧ ଜଣ ଭଲ ହୋଇ ଡିସଚାର୍ଜ ହୋଇସାରିଛନ୍ତି। ତେବେ ଯାଜପୁରରେ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ରହିଛି ୪୭ । ଯାଜପୁରରେ ଚିହ୍ନଟ ହୋଇଥିବା ଅଧିକାଂଶ ରୋଗୀ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଛି । ଯାଜପୁରର ରାଜ୍ୟର ନୂଆ କରୋନା ହଟ୍ସ୍ପଟ୍ ପାଲଟିଛି ଯାଜପୁର୍ ଜିଲ୍ଲାର କଟିକଟା ପଞ୍ଚାୟତ। କେବଳ ଏହି ଗୋଟିଏ ପଞ୍ଚାୟରୁ ଚିହ୍ନଟ ହେଲେଣି ୨୧ ଜଣ କରୋନା ପଜିଟିଭ୍ । ସବୁଠାରୁ ବଡ଼କଥା ହେଉଛି ଏଠାରେ ଲୋକଙ୍କ ଖାମଖିଆଲ ବ୍ୟବହାର ପାଇଁ ହିଁ ଏହା କରୋନା ହଟ୍ସ୍ପଟ ପାଲଟିଲା ।
ପ୍ରଥମେ ଏଠାରେ ଯେଉଁମାନଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଥିଲା, ସେମାନେ ସରକାରୀ ନିୟମକୁ ଅମାନ୍ୟ କରି ଦେଇଥିଲେ । ନିୟମ କାନୁନ୍ ନମାନି ବାହାରେ ବୁଲିଲେ ଆଉ ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କଲେ । ଏପରି କି ଏଠାରେ ଆହୁରି କରୋନା ପଜିଟିଭ୍ ବାହାରିବାର ମଧ୍ୟ ଆଶଙ୍କା ରହିଛି। ଆଜି ସୁଦ୍ଧା ୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ବରରେ ଆଜି ଆଉ ଜଣେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏଥିମଧ୍ୟରୁ ୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆକ୍ଟିଭ୍ ରହିଛନ୍ତି ୧୦୩ ଜଣ । ଯାଜପୁର୍, ବାଲେଶ୍ବର ଓ ଭଦ୍ରକକୁ ଏବେ ରେଡ୍ ଜୋନରେ ରଖାଯାଇଛି ।
ରିପୋର୍ଟ – ପ୍ରିୟମ୍ବଦା