ଦିଲ୍ଲୀରେ ୭ ଜଣ ବି.ଏସ୍.ଏଫ୍ ଯବାନ୍ କରୋନା ପଜେଟିଭ୍

ଦିଲ୍ଲୀରେ ଶନିବାର ଦିନ ୭ ଜଣ ବି.ଏସ୍.ଏଫ୍ କର୍ମଚାରୀ କରୋନା ପଜିଟିଭ୍ ଥିବା ଜଣାପଡିଛି । ସେମାନେ ସମସ୍ତେ ଦିଲ୍ଲୀ ପୋଲିସ୍ ସହିତ ଡ୍ୟୁଟିରେ ଥିଲେ । ଦିଲ୍ଲୀ ପୋଲିସ୍ କୁ ସାହାଯ୍ୟ କରିବା ପାଇଁ ଏହି ଯବାନମାନଙ୍କୁ ଜାମା ମସଜିଦ୍ / ଚାନ୍ଦନୀ ମହଲ ଅଞ୍ଚଳରେ ନିୟୋଜିତ କରାଯାଇଥିଲା । ଏହି ସମସ୍ତ ଯବାନମାନେ ୧୨୬ ବାଟାଲିୟନ ଏବଂ ବି.ଏସ୍.ଏଫ୍ ର ୧୭୮ ବାଟାଲିୟନରୁ ଆସିଥିଲେ । ସେମାନଙ୍କୁ ନୋଏଡାର ସିଏଚ୍ ଏବଂ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ଦିନ ବି.ଏସ୍.ଏଫ୍ ହସ୍ପିଟାଲ ଆରକେ ପୁରାମରେ ୫ ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ସକରାତ୍ମକ ହୋଇଥିବାବେଳେ ତ୍ରିପୁରାରେ ଦୁଇ ବି.ଏସ୍.ଏଫ୍ ଯବାନ୍ କରୋନା ସଂକ୍ରମଣ ହୋଇଥିବା ଦେଖିବାକୁ ମିଳିଛି । ଏହାପରେ ସଂକ୍ରମିତ ବି.ଏସ୍.ଏଫ୍ କର୍ମଚାରୀଙ୍କ ମୋଟ୍ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।

ବି.ଏସ୍.ଏଫ୍ ହସ୍ପିଟାଲ ଆରକେ ପୁରାମରେ ୫ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଅନ୍ୟ ଦୁଇଜଣ ବି.ଏସ୍.ଏଫ୍ କର୍ମଚାରୀ କର୍କଟ ରୋଗରେ ପୀଡିତ ଅଛନ୍ତି ଏବଂ ସେମାନେ ବି.ଏସ୍.ଏଫ୍ ହସ୍ପିଟାଲରୁ କ୍ୟାନସର ଡାକ୍ତରଖାନାକୁ ଯାଉଥିଲେ । ସେମାନେ ଉଭୟେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।

ରିପୋର୍ଟ – ପ୍ରିୟମ୍ବଦା

Leave a Reply

Your email address will not be published. Required fields are marked *