ଲକ୍ ଡାଉନ୍ ଯୋଗୁଁ ମହଙ୍ଗା ହେଲା ଡାଲି

କରୋନା ଭାଇରସ୍ ଯୋଗୁଁ ସାରା ଦେଶ ଲକ୍ ଡାଉନ୍ ରହିଛି । ଦେଶର ସବୁ ରାଜ୍ୟରେ ଲକ୍ ଡାଉନ୍ ନିୟମ ଜାରି ରହିଛି । ଲକ୍ ଡାଉନ୍ ଯୋଗୁଁ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଛି । ଏଭଳି ପରିସ୍ଥିତିରେ ସାଧାରଣ ଜୀବନଯାପନ କରୁଥିବା ବ୍ୟକ୍ତିଙ୍କ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି ହୋଇଛି , ଲକ୍ ଡାଉନ୍ ଯୋଗୁଁ ରୋଷେଇ ବଜେଟ୍ ବଢିଯାଇଛି । ଚାଉଳ, ଡାଲି, ଗହମ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଦର ବୃଦ୍ଧି ପାଇଛି । ଯାହାଫଳରେ ଲୋକଙ୍କ ଚିନ୍ତା ବଢିଯାଇଛି । ଗ୍ରାହକ ବ୍ୟବସାୟ ମନ୍ତ୍ରାଳୟର ଏକ ରିପୋର୍ଟ ଅନୁଯାୟୀ, ଲକ୍ ଡାଉନ୍ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ହରଡ ଡାଲି କିଲୋପ୍ରତି ୯୩ ଟଙ୍କା ଥିଲା ଯାହା ବର୍ତ୍ତମାନ ବୃଦ୍ଧି ପାଇ ୧୦୬ ଟଙ୍କା ହୋଇଛି । ବୁଟ ଡାଲି କିଲୋ ପ୍ରତି ୭୨ ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ୮୬ ଟଙ୍କାକୁ ବୃଦ୍ଧି ପାଇଛି । ମଶୁରି ଡାଲି କିଲୋ ପ୍ରତି ୭୧ ଟଙ୍କା ଥିବାବେଳେ ତାହା ବୃଦ୍ଧି ପାଇ ୮୧ ଟଙ୍କା ହୋଇଛି ।
ସୋରିଷ ତେଲ ୧୨୪ ଟଙ୍କାରୁ ବଢି ୧୩୨ ଟଙ୍କା ହୋଇଛି । ସୋୟାବିନ ତେଲ କିଲୋ ପ୍ରତି ୧୧୧ ଟଙ୍କାରୁ ବଢି ୧୨୧ ଟଙ୍କା ହୋଇଛି । ୨୮ ଦିନ ମଧ୍ୟରେ ଡାଲି ଦର ପୂର୍ବାପେକ୍ଷା ୬ ପ୍ରତିଶତ ବୃଦ୍ଧି ପାଇଛି । ପନିପରିବା ମଧ୍ୟରେ ପ୍ରତିଦିନ ବ୍ୟବହାର ହେଉଥିବା ଆଳୁ ଦର ମଧ୍ୟ ବୃଦ୍ଧି ପାଇଛି । ଆଳୁ ଦର ୧୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଟମାଟୋ ଦର ୨୮ ପ୍ରତିଶତ ବୃଦ୍ଧି ପାଇଛି । ଆବଶ୍ୟକୀୟ ଖାଦ୍ୟପେୟ ଏବଂ ପଦାର୍ଥର କ୍ରୟ ଏବଂ ପରିବହନକୁ ଲକ୍ ଡାଉନ୍ ସମୟରେ ଛାଡ଼ କରିବା ପାଇଁ ନିର୍ଦେଶ ଦିଆଯାଇଥିବାବେଳେ ଛାଡ଼ ହୋଇନାହିଁ ବରଂ ଦର ବୃଦ୍ଧି ପାଇଛି ।

ରିପୋର୍ଟ – ପ୍ରିୟମ୍ବଦା

Leave a Reply

Your email address will not be published. Required fields are marked *