ଲକ୍ ଡାଉନ୍ ଉଠିବାର ୭ ଦିନ ଭିତରେ କରାଯିବ ଯୁକ୍ତ ଦୁଇ ପରୀକ୍ଷା, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଲକ୍ ଡାଉନ୍ ଉଠିବାର ୭ ଦିନ ଭିତରେ ବାକି ଥିବା ଯୁକ୍ତ ଦୁଇ ପରୀକ୍ଷା କରାଯିବ ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଭାଗୀୟ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତିକି, ଏନେଇ ବୋର୍ଡ ତରଫରୁ ପ୍ରସ୍ତୁତି ପ୍ରକ୍ରିୟା ସରିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ପରୀକ୍ଷା ତାରିଖ ଘୋଷଣା କରାଯିବ । ଏଥିପାଇଁ ଛାତ୍ର ଛାତ୍ରୀଙ୍କୁ ଅତି କମ୍ ରେ ୭ ଦିନ ପୂର୍ବରୁ ସୂଚନା ଦିଆଯିବ ।

କରୋନା ମୁକାବିଲା ନେଇ ରାଜ୍ୟବ୍ୟାପୀ ତାଲାବନ୍ଦ ଘୋଷଣା ହୋଇଥିବାରୁ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା | ପରୀକ୍ଷା ଅଧିକ ବିଳମ୍ବ ହେଲେ ଆଗକୁ ନାମ ଲେଖାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ବ୍ୟତିବ୍ୟସ୍ତ ନହେବା ପାଇଁ ବିଭାଗୀୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସୂଚନା ମୁତାବକ, ଛାତ୍ରଛାତ୍ରୀଙ୍କ ଭିତରେ ସାମାଜିକ ଦୂରତା ରଖି ପରୀକ୍ଷା କରାଯିବ । ଦେଶରେ ପ୍ରଥମ ଥର ଲାଗି ଏପରି ପରୀକ୍ଷା ହେବ । କିଛି କଲେଜ୍ କୁ କ୍ୱାରେଣ୍ଟାଇନ୍ ସେଣ୍ଟର କରିବାକୁ କୁହାଯାଇଛି ଏହାକୁ ଭିତ୍ତି କରି ପରୀକ୍ଷା ସେଣ୍ଟର୍ ଚୟନ କରାଯିବବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି |

ରିପୋର୍ଟ – ସଂଘମିତ୍ରା ପଣ୍ଡା

Leave a Reply

Your email address will not be published. Required fields are marked *