ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୱିଟରରେ ଅନଫଲୋ କଲା ହ୍ଵାଇଟ୍ ହାଉସ୍ ,ରଖିଲା ଜବାବ୍

ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା କରୋନା ମହାମାରୀ ସହ ଲଢୁଥିବା ବେଳେ ଏହି ସଙ୍କଟ ସମୟରେ ଭାରତ ସାହାଯ୍ୟର ହାତ ବଢାଇଥିଲା । ଏବେ ଦୁଇ ଦେଶ ମଧ୍ୟରେ ଟ୍ବିଟର୍ ଓ୍ବାର୍ ଚାଲିଛି। ହ୍ବାଇଟ୍ ହାଉସର ଟ୍ବିଟର ହ୍ୟାଣ୍ଡେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଅନ୍ୟାନ୍ୟ ଭାରତୀୟ ଟ୍ବିଟର ହ୍ୟାଣ୍ଡେଲକୁ ଅନଫଲୋ କରିଛି । ଫଳରେ ଏହାକୁ ନେଇ ଅନେକ ବାଦ ବିବାଦ ଉପୁଜିବା ପରେ ବର୍ତ୍ତମାନ ହ୍ବାଇଟ୍ ହାଉସ୍ ଏହାର ଜବାବ୍ ଦେଇଛି । ହ୍ବାଇଟ୍ ହାଉସ କହିଛି ଯେ, ଯେତେବେଳେ ବି ଆମେରିକାର ରାଷ୍ଟ୍ରପତି କୌଣସି ଦେଶ ପରିଦର୍ଶନରେ ଯାଆନ୍ତି ସେହି ଦେଶର ଅଫିସିଆଲ ଟ୍ବିଟର ଆକାଉଣ୍ଟକୁ ହ୍ବାଇଟ୍ ହାଉସ୍ ଫଲୋ କରିଥାଏ । ଫେବୃଆରୀ ମାସର ଯେତେବେଳେ ଡୋନାଲ୍ଡ ଟ୍ରମ୍ପ୍ ଭାରତ ଆସିଥିଲେ, ସେତେବେଳେ ହ୍ବାଇଟ୍ ହାଉସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ଟ୍ବିଟର୍ ହ୍ୟାଣ୍ଡେଲକୁ ଫଲୋ କରିଥିଲା ।
ହ୍ବାଇଟ୍ ହାଉସର ଜଣେ ଅଧିକାରୀଙ୍କ ଅନୁଯାୟୀ ହ୍ବାଇଟ୍ ହାଉସ କେବଳ ଆମେରିକା ସରକାର ସହ ଜଡିତ ଟ୍ବିଟର ହ୍ୟାଣ୍ଡେଲକୁ ଫଲୋ କରୁଛି । କିନ୍ତୁ ରାଷ୍ଟ୍ରପତିଙ୍କ ଯେକୌଣସି ଦେଶ ଗସ୍ତ ସମୟରେ ସେହି ଦେଶର ମୁଖ୍ୟଙ୍କୁ ଫଲୋ କରାଯାଏ, ଯାହା ଦ୍ବାରା ବାର୍ତ୍ତା କ୍ରମାଗତ ଭାବରେ ରିଟ୍ବିଟ୍ ହୋଇପାରିବ । ହ୍ବାଇଟ୍ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ ଏହା ଏକ ନିତିଦିନିଆ ପ୍ରକ୍ରିୟା । ହ୍ବାଇଟ ହାଉସର ଟ୍ବିଟର ହ୍ୟାଣ୍ଡେଲ ବର୍ତ୍ତମାନ କେବଳ ୧୩ଜଣଙ୍କୁ ଫଲୋ କରୁଛି । ସେଗୁଡିକ ଆମେରିକା ସରକାରଙ୍କ ବରିଷ୍ଠ ଲୋକଙ୍କ ଟ୍ବିଟର ହ୍ୟାଣ୍ଡେଲ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରଥମ ସରକାରୀ ଗସ୍ତରେ ଫେବୃଆରୀରେ ସପରିବାର ସହ ଭାରତ ଆସିଥିଲେ । ଅହମ୍ମଦାବାଦ, ଆଗ୍ରା ଏବଂ ନୂଆଦିଲ୍ଲୀରେ ଟ୍ରମ୍ପଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।

ରିପୋର୍ଟ – ପ୍ରିୟମ୍ବଦା

Leave a Reply

Your email address will not be published. Required fields are marked *