ଯାଜପୁରରେ ଆଉ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୪ ଜଣ ଚିହ୍ନଟ ପରେ କେବଳ ଯାଜପୁରରେ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ଆଜି ସକାଳେ ଏଠାରେ ୩ ଜଣ ଚିହ୍ନଟ ହୋଇଥିଲେ ଏହାକୁ ମିଶାଇ ରାଜ୍ୟରେ ୧୪୨ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି।
ଆଜିର ଏହି ୧୪ ଜଣ ଏମାନେ ସମସ୍ତେ ଯାଜପୁର କଟିକଟା ଅଞ୍ଚଳର। ପୂର୍ବରୁ ସେହି ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ହୋଇଥିଲେ। ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ୍ ଘୋଷଣା କରାଯାଇଥିଲା।
ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚି ଥିବାବେଳେ ସେମାନଙ୍କ ମଧ୍ୟରୁ ୩୯ ଜଣ ସୁସ୍ଥ ହୋଇଛନ୍ତି। ତେବେ ଜଣଙ୍କର ମୃତ୍ୟୁ ଘଟିଛି |
ରିପୋର୍ଟ – ସଂଘମିତ୍ରା ପଣ୍ଡା