ସୁନ୍ଦରଗଡ ପ୍ରଶାସନ ପକ୍ଷରୁ ବଡ ପଦକ୍ଷେପ । ବଜାର ଭିଡକୁ ଦେଖି ପ୍ରଶାସନ ପକ୍ଷରୁ ଡେଲି ମାକେର୍ଟକୁ ବନ୍ଦ କରି ଦିଆଯାଇଛି । ଜିଲ୍ଲାରେ ସପ୍ତାହକୁ ଗୋଟିଏ ଦିନ ପାଇଁ ଖୋଲିବ ବଜାର । ରବିବାର ଦିନ ସକାଳ ୭ରୁ ୧୧ ଯାଏ ଏହି ବଜାର ଖୋଲିବ । ଏହା ବ୍ୟତିତ ପ୍ରତ୍ୟେକ ଦିନ ଘରକୁ ଘର ବୁଲି ଚାଷୀ ପରିବା ବିକ୍ରି କରିପାରିବେ । ବଜାରରେ ଲୋକଙ୍କ ଅସମ୍ଭାଳ ଭିଡ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।
ସୁନ୍ଦରଗଡ ଜିଲ୍ଲାରେ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲକଡାଉନ କଟକଣାକୁ କଡାକଡ଼ି କରିଛି ଜିଲ୍ଲା ପ୍ରଶାସନ l ପରିବା ଓ ଆମିଷ ବଜାରରେ ହେଉଥିବା ହାଉଜାଉ ଭିଡ କମାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରୀ କରିଛନ୍ତି l ନିର୍ଦ୍ଦେଶନାମା ଅନୁଯାୟୀ ପରିବା, ଫଳ ଓ ଅଣ୍ଡା ଦୋକାନ ସକାଳ ୬ ଟା ରୁ ୧୧ଟା, ଆମିଷ ଯେମିତି ମାଛ, ମାଂସ, ଚିକେନ କେବଳ ସପ୍ତାହକୁ ଥରେ ରବିବାର ଦିନ ୭ଟା ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିକ୍ରି ହୋଇପାରିବ l କିନ୍ତୁ ଆଜି ସକାଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଆଜି ହତାଦର୍ କରି ସହରବାସୀ ବଜାରରେ ଅସମ୍ଭାଳ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା | ଏହାପରେ ନୂଆ ନିର୍ଦ୍ଦେଶ ଦିଆଯାଇଛି |
ରିପୋର୍ଟ – ପ୍ରିୟମ୍ବଦା