“ଋଷି କପୁର୍ ଙ୍କ ବିୟୋଗ ରେ ମୁଁ ସମ୍ପୂର୍ଣ ରୂପେ ଭାଙ୍ଗି ପଡିଛି” – ଅମିତାଭ୍ ବଚ୍ଚନ

ବଲିଉଡ଼୍ ପାଇଁ ଅପୂରଣୀୟ କ୍ଷତି । କାଲି ଜଣେ ଅଭିଜ୍ଞ ଅଭିନେତାଙ୍କ ଦେହାନ୍ତ ହେବା ପରେ ଆଜି ପୁଣି ଜଣେ ସୁଦକ୍ଷ ଅଭିନେତାଙ୍କୁ ହରାଇଛି ସିନେ ଜଗତ । ୬୭ ବର୍ଷ ବୟସରେ ଆଖି ବୁଜିଲେ ଋଷି କପୁର୍ । ମୃତ୍ୟୁବେଳେ ତାଙ୍କର ପତ୍ନୀ ନୀତୁ କପୁର୍ ସେଠାରେ ଉପସ୍ଥିତ ଥିଲେ । କିଛି ଲୋକ ଦୁନିଆକୁ ଆସନ୍ତି, ପୁଣି ଅଭିନୟ କରି ବାହୁଡ଼ି ଯାଆନ୍ତି । ମାତ୍ର କିଛି ଏମିତି ଲୋକ ଆସନ୍ତି, ଯିଏ ମୃତ୍ୟୁ ପରେ ବି ଅନେକଙ୍କ ହୃଦୟରେ ରହିଯାଆନ୍ତି । ଠିକ୍ ସେମିତି ଜଣେ ପ୍ରତିଭା ଥିଲେ ବଲିଉଡ୍ ଅଭିନେତା ଋଷି କପୁର୍ ।

ତେବେ ଏହି ଦୁଃଖର ଖବର ନିଜ ଟୁଇଟର୍ ରେ ସେୟାର କରିଛନ୍ତି ଅମିତାଭ୍ ବଚ୍ଚନ । ଅତି ଭାବୁକ ହୋଇ ସେ ଲେଖିଛନ୍ତି , ଋଷି କପୁର୍ ଦୁନିଆ ଛାଡ଼ି ଚାଲିଗଲେ । ମୁଁ ବରବାଦ୍ ହୋଇଗଲି । ତାଙ୍କ ବିୟୋଗରେ ମୁଁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛି |

Leave a Reply

Your email address will not be published. Required fields are marked *