ମୁଖ୍ୟମନ୍ତ୍ରୀ ଙ୍କ ପୁଣି ଏକ ବଡ଼ ଘୋଷଣା, ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ମିଳିବ ରାସନ। ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଯୋଗେ ବୈଠକ କରି କରୋନା ମୁକାବିଲା ନେଇ ନିଯୁକ୍ତ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଫେରୁଥିବା ସବୁ ଯୋଗ୍ୟ ଶ୍ରମିକ, ରାସନ କାର୍ଡ ଥାଉ ବା ନଥାଉ ସମସ୍ତଙ୍କୁ ଯେପରି ରାସନ ସାମଗ୍ରୀ ମିଳିବ, ଶ୍ରମିକମାନେ ଯେମିତି ଅସୁବିଧା ନଭୋଗନ୍ତି ତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
୮ରୁ ୧୦ ଦିନକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରମିକଙ୍କୁ କାମ ଯୋଗାଇବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମନରେଗାରେ ଦୈନିକ ୫ ଲକ୍ଷ ଲୋକ ମାନବ ଦିବସକୁ ୧୦ଲକ୍ଷକୁ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ନମୁନା ପରୀକ୍ଷଣ ଦୈନିକ ୧୫ ହଜାରକୁ ବୃଦ୍ଧି କରିବାକୁ ମଧ୍ୟ ନବୀନ କହିଛନ୍ତି |
ରିପୋର୍ଟ – ସଂଘମିତ୍ରା ପଣ୍ଡା