ପୁଣି ଦୁଇ ଜଣ ସାଧୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି

ଉତ୍ତର ପ୍ରଦେଶର ବୁଲନ୍ଦଶହର ଜିଲ୍ଲାରେ ସୋମବାର ମଧ୍ୟ ରାତ୍ରିରେ ଦୁଇ ଜଣ ସାଧୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସ୍ଥାନୀୟ ଏକ ମନ୍ଦିରରୁ ଦୁଇ ସାଧୁଙ୍କ ମୃତଦେହ ଉଦ୍ଧାର କରାଯାଇଛି।
୫୫ ଓ ୩୫ ବର୍ଷୀୟ ଏହି ୨ ସାଧୁଙ୍କୁ ରାଜୁ ନାମକ ଜଣେ ବ୍ୟକ୍ତି ହତ୍ୟା କରିଥିବା ପୋଲିସ୍ କହିଛି। ପୋଲିସ୍ ତାକୁ ଗିରଫ କରିଛି।
ପୋଲିସ୍ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ରାଜୁ ଗତ ରାତିରେ ଭାଙ୍ଗ ପାଇଁ ମନ୍ଦିର ଭିତରକୁ ଯାଇ ୨ ଜଣ ସାଧୁଙ୍କୁ ହତ୍ୟା କରିଥିଲା। ମନ୍ଦିରଠାରୁ ପ୍ରାୟ ୨ କିମି‌ ଦୂର ଏକ ଜାଗାରୁ ପୋଲିସ୍ ତାକୁ ଧରିଥିଲା।
ଅନ୍ୟପକ୍ଷେ ଅଭିଯୁକ୍ତ ହତ୍ୟା ଘଟଣାକୁ ନେଇ ଅଜବ ଯୁକ୍ତି କରିଛି। ଏହା ଭଗବାନଙ୍କର ଇଚ୍ଛା ଥିଲା ବୋଲି ଅଭିଯୁକ୍ତଜଣକ କହିଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି। କୌଣସି ମାରଣାସ୍ତ୍ର ନୁହେଁ, ବରଂ ଲାଠିରେ ସେ ସାଧୁଙ୍କୁ ହତ୍ୟା କରିଛି ବୋଲି କହିଛି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରିପୋର୍ଟ – ସଂଘମିତ୍ରା ପଣ୍ଡା

Leave a Reply

Your email address will not be published. Required fields are marked *