ରାଉରକେଲା କଣ୍ଟେନମେଣ୍ଟ୍ ଜୋନ୍ ରେ ଥିବାବେଳେ ତଥାପି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଁଚିଛି ଯେଉଁଟାକି ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଏହାକୁ ରୋକିବା ନିମନ୍ତେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି। ପୂର୍ବରୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଚିହ୍ନଟ ନାଲାରୋଡ଼୍ରେ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେଉଥିବାରୁ ଲକ୍ଡାଉନ୍ ଆଇନକୁ ଆହୁରି କଡାକଡି ପାଳନ କରିବାକୁ ପ୍ରଶାସନ ନିର୍ଦେଶ ଦେଇଛି ।
ଏହି ଅଞ୍ଚଳକୁ ଉଭୟ ପଟୁ ସିଲ୍ କରାଯାଇ କମାଣ୍ଡୋ ମୁତୟନ କରାଯାଇଛି। ମେଡିକାଲ୍ ଟିମ୍ ନିୟୋଜିତ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି। ସମ୍ପୂର୍ଣ୍ଣ ଅଞ୍ଚଳକୁ ସାନିଟାଇଜ୍ କରାଯାଉଛି।
ରିପୋର୍ଟ – ସଂଘମିତ୍ରା ପଣ୍ଡା