ରାଜ୍ୟ ରେ ଦିନ କୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ପୁଣି ନୂଆ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଯାଜପୁର ଜିଲ୍ଲାର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୬ଜଣଙ୍କୁ ମିଶାଇ ରାଜ୍ୟରେ କୋରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ରେ ପହଞ୍ଚିଛି ଏବଂ ଯାଜପୁର ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ରେ ପହଞ୍ଚିଛି। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି।
ରାଜ୍ୟରେ ଭଦ୍ରକ, ବାଲେଶ୍ଵର ଏବଂ ଯାଜପୁର ଏହି ୩ ଜିଲ୍ଲା ରାଜ୍ୟ ପାଇଁ ଚିନ୍ତାର ବିଷୟ। ପଶ୍ଚିମବଙ୍ଗ ଲିଙ୍କ୍ ଯୋଗୁ ଏହି ୩ ଜିଲ୍ଲାରେ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏହି ୩ ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟ୍ ଡାଉନ୍ କରିଦିଆଯାଇଥିବା ବେଳେ କିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ତାହା ବର୍ତ୍ତମାନ ଚିନ୍ତା ର ବିଷୟ।
ରିପୋର୍ଟ – ସଂଘମିତ୍ରା ପଣ୍ଡା