ଆଜି ପବିତ୍ର ଅକ୍ଷୟ ତୃତୀୟା ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିସରରେ ରଥକାଠ ଅନୁକୂଳ ହେବ ଆଜି । କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ଥିବାରୁ ସମସ୍ତ ନୀତିକାନ୍ତି ଶ୍ରୀମନ୍ଦିର ଭିତରେ ହିଁ ଅନୁଷ୍ଠିତ ହେବ।
ଚାହାଣି ମଣ୍ଡପ ଓ ସ୍ନାନ ମଣ୍ଡପର ମଧ୍ୟବର୍ତ୍ତୀ ସ୍ଥାନରେ ବନଯାଗ ବିଦ୍ଧିରେ ରଥ ଅନୁକୂଳ କାମ ହେବ। ୧୧ ଜଣ ଶୋତ୍ରୀୟ ବ୍ରାହ୍ମଣ ଓ ୨ କ୍ଷତ୍ରୀୟ ପୁରୋହିତ ଏହି କାମ ସମାପନ କରୁଥିବାବେଳେ ଏଥର ଏହି ସଂଖ୍ୟା ୭କୁ ସୀମିତ କରାଯାଇଛି।
୩ ଖଣ୍ଡ ଧଉରା କାଠରେ ରଥ ଅନୁକୂଳ ନୀତି ହେବ। ଏହି ଧଉରା କାଠକୁ ଶ୍ରୀମନ୍ଦିର ଭିତରକୁ ନିଆଯାଇ ସ୍ନାନ ମଣ୍ଡପ ନିକଟ ଚାହାଁଣୀ ମଣ୍ଡପ ନିକଟରେ ରଖାଯାଇଛି।
ରିପୋର୍ଟ – ସଂଘମିତ୍ରା ପଣ୍ଡା