ରାୟଗଡା କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଦୁଇ ଦିନରେ ୩୫ ଜଣ ଫେରାର

ରାୟଗଡ଼ା କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୨ ଦିନରେ ୩୫ ଜଣ ଫେରାର। କରୋନା ଓ ଅମ୍ବାଦଳା କ୍ୱାରେଣ୍ଟାଇନ୍‌ ସ୍ଥଳୀରେ ଘଟିଛି ଏହି ଘଟଣା ଅମ୍ବାଦଳା କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୬ ଶ୍ରମିକ ଚମ୍ପଟ୍ ମାରିଛନ୍ତି। ଏମାନେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିର ବୋଲି ଜଣାପଡିଛି।
ସେହିପରି ଗତ ୨୨ ତାରିଖରେ କେରଡ଼ା ସ୍ଥିତ କ୍ୱାରେଣ୍ଟାଇନ୍‌ ଆଶ୍ରୟସ୍ଥଳରୁ ୧୯ ଜଣ ବ୍ୟକ୍ତି ଝରକା ଭାଙ୍ଗି ଚମ୍ପଟ ମାରିଥିଲେ। ଏମାନଙ୍କ ମଧ୍ୟରୁ ୧୭ ଜଣ ପଞ୍ଜାବର ଓ ୨ ଜଣ ଉତ୍ତର ପ୍ରଦେଶର ଏମାନେ ସମସ୍ତେ ଟ୍ରକ ଡ୍ରାଉଭର ଓ ହେଲପର୍ ବୋଲି ଜଣାପଡିଛି।
ମାର୍ଚ୍ଚ ୩୦ରେ ଏମାନେ ଆନ୍ଧ୍ର ପଟୁ ଆସିଥିବାବେଳେ ଶେଷଖାଲ ପୋଲିସ ଦ୍ୱାରା ଧରାପଡି କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ଏହି ଘଟଣାରେ ଉଭୟ ଶେଷଖାଲ ଓ ଅମ୍ବାଦଳା ଥାନାରେ ମାମଲା ରୁଜୁ କରାଯାଇଥିବା ରାୟଗଡ଼ା ଏସପି ସୂଚନା ଦେଇଛନ୍ତି।

ରିପୋର୍ଟ – ସଂଘମିତ୍ରା ପଣ୍ଡା

Leave a Reply

Your email address will not be published. Required fields are marked *