ଅଣ ରାସନକାର୍ଡଧାରୀଙ୍କୁ ମିଳିବ କିରୋସିନ୍, ସୂଚନା ଦେଲେ ଯୋଗାଣ ମନ୍ତୀ

କରୋନାକୁ ନେଇ ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ ଯୋଗୁ ଲୋକମାନଙ୍କର ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି। ଫଳରେ ଦିନ ମଜୁରିଆ ଓ ଗରିବ ଖଟିଖିଆମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସରକାର ବିଭିନ୍ନ ଉପାୟମାନ କରୁଥିବାବେଳେ ଏବେ ରାଜ୍ୟରେ ଥିବା ଅଣ ରାସନକାର୍ଡଧାରୀଙ୍କ ପାଇଁ ମଧ୍ୟ ଏକ ଘୋଷଣା କରିଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ଅଣ ରାସନକାର୍ଡଧାରୀଙ୍କୁ କିରୋସିନ୍‌ ବଣ୍ଟନ କରାଯିବ। ‘ଫାଷ୍ଟ କମ୍ ଫାଷ୍ଟ ସର୍ଭିସ୍’ ଭିତ୍ତିରେ ଏହାକୁ ଯୋଗାଇ ଦିଆଯିବ। ଏହାଦ୍ୱାରା ରାଜ୍ୟର ୧୭ ଲକ୍ଷରୁ ଅଧିକ ଅଣ ରାସନକାର୍ଡଧାରୀ ଉପକୃତ ହେବେ ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।

ରିପୋର୍ଟ – ସଂଘମିତ୍ରା ପଣ୍ଡା

Leave a Reply

Your email address will not be published. Required fields are marked *