ସଟ୍‌ଡାଉନ୍‌ ‘ଉଲ୍ଲଘଂନ କରିଲେ କଠୋର କାର୍ଯ୍ୟାନୁଷ୍ଠାନ’

ସଟ୍ ଡାଉନ୍ ଘୋଷଣା ପରେ ତିନି ଜିଲ୍ଲାବାସୀଙ୍କୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଅଭୟଙ୍କ ନିବେଦନ। ରାଜ୍ୟ ସରକାରଙ୍କ ପକ୍ଷରୁ ସଟ୍ ଡାଉନ୍ ଘୋଷଣା ହୋଇଥିବାରୁ ଏହାକୁ ପାଳନ କରିବା ଲାଗି ତିନି ଜିଲ୍ଲାବାସୀଙ୍କୁ ସେ ନିବେଦନ କରିଛନ୍ତି। ଏହାସହ ସଟ୍ ଡାଉନ୍ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି ପୋଲିସ୍ ଦୃଢ଼ ପଦକ୍ଷେପ ନେବ ବୋଲି ଚେତାବନୀ ଦେଇଛନ୍ତି ।

ଯେଉଁମାନେ ଏହାର ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି କହିଛନ୍ତି। ଏଣୁ ସଟ୍ ଡାଉନ୍ ପରି ଅଡ୍‌ରେ ଅର୍ଥାତ ଗତକାଲି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏ ଘରୁ ନ ବାହାରିବାକୁ ଡିଜିପି ନିବେଦନ କରିଛନ୍ତି। ତେବେ ଏହି ୩ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥରେ ମାଲ୍ ପରିବହନ ସ୍ୱାଭାବିକ ରହିବ ବୋଲି ଡିଜିପି କହିଛନ୍ତି।

ରିପୋର୍ଟ – ସଂଘମିତ୍ରା ପଣ୍ଡା

Leave a Reply

Your email address will not be published. Required fields are marked *