ମହାମାରୀ କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଛନ୍ତି ମହାରାଷ୍ଟ୍ରର ହାଉସିଂ ମନ୍ତ୍ରୀ ଜିତେନ୍ଦ୍ର ଆୱାଡ। ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଥାନେର ଏକ ଘରୋଇ ହସ୍ପିଟାଲରେ ୫୪ ବର୍ଷୀୟ ଜିତେନ୍ଦ୍ର ଭର୍ତ୍ତି ହୋଇଥିଲେ। ଏହି ସମୟରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ଯେଉଁଥିରେ ରିପୋର୍ଟ କରୋନା ପଜିଟିଭ୍ ଆସିଛି।
ଏହାପୂର୍ବରୁ ତାଙ୍କ ପାଖରେ କାମ କରୁଥିବା ସୁରକ୍ଷାକର୍ମୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଜିତେନ୍ଦ୍ର ଓ ତାଙ୍କ ପରିବାରର ୧୫ ଜଣ ସଦସ୍ୟ ଏକ ସପ୍ତାହ ହୋମ କ୍ୱାରେଣ୍ଟାଇନ୍ ରେ ରହିଥିଲେ। ମନ୍ତ୍ରୀ ଜିତେନ୍ଦ୍ର ଜଣେ ପୋଲିସ୍ ଅଧିକାରୀଙ୍କ ସଂସ୍ପର୍ଶରେ ଆସିବା ଫଳରେ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି ।
ସେ ପୋଲିସ୍ ଅଧିକାରୀଙ୍କ ସଂସ୍ପର୍ଶରେ ଆସିବା ପରେ ଏପ୍ରିଲ୍ ୧୩ରେ କରୋନା ପରୀକ୍ଷା କରିଥିଲେ। ତେବେ ସେତେବେଳେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। କିନ୍ତୁ ଏବେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି।
ରିପୋର୍ଟ – ସଂଘମିତ୍ରା ପଣ୍ଡା