ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଏ ବର୍ଷ ରାଜ୍ୟରେ ବଢ଼ିବନି ବିଦ୍ୟୁତ୍ ଶୁଳ୍କ। ପୂର୍ବ ବର୍ଷ ଅର୍ଥାତ୍ ୨୦୧୯-୨୦ ବର୍ଷରେ ଶୁଳ୍କ ଯାହା ଥିଲା ଏବର୍ଷ ଅପରିବର୍ତ୍ତି ରଖିବାକୁ ବିଦ୍ୟୁତ୍ ନିୟାମକ ଆୟୋଗ ବା ଓଇଆରସି ନିଷ୍ପତ୍ତି ନେଇଛି।
ତା’ସହ ପ୍ରିପେଡ୍ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ବିଦ୍ୟୁତ୍ ବିତରଣ କମ୍ପାନୀ ମଧ୍ୟ ସମାନ ଦାମ୍ରେ ଗ୍ରୀଡ୍କୋରୁ ବିଜୁଳି କିଣିବା ସହ କରୋନା ପାଇଁ ଛୋଟ ଛୋଟ ଶିଳ୍ପ ସଂସ୍ଥାକୁ ଶୁଳ୍କରେ ରିହାତି ଦିଆଯିବାକୁ ବି ସ୍ଥିର ହୋଇଛି। କରୋନା ମୁକାବିଲା ପାଇଁ ଓଇଆରସି ଏଭଳି ପଦକ୍ଷେପ ନେଇଛି।
ରିପୋର୍ଟ – ସଂଘମିତ୍ରା ପଣ୍ଡା