ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ। ଯାଜପୁରରେ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହେବାର କିଛି ସମୟର ବ୍ୟବଧାନ ମଧ୍ୟରେ ରାଜ୍ୟରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ୨ ଜଣ ବାଲେଶ୍ୱର ଅଞ୍ଚଳର ହୋଇଥିବା ରାଜ୍ୟ ଡିଷ୍ଟ୍ରିକ୍ଟ କରୋନା ୱେବସାଇଟ୍ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଉକ୍ତ ଜିଲ୍ଲାରେ ୧୦ କରୋନା ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଜିଲ୍ଲାରେ ୮ ଜଣ ଆକ୍ରାନ୍ତ ଥିବାବେଳେ ଆଜି ଆଉ ୨ ଜଣଙ୍କଠାରେ ପଜିଟିଭ୍ ଆସିଛି। ବର୍ତ୍ତମାନ ଜିଲ୍ଲାର ୧୦ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି।
ଏହି ୨ଜଣଙ୍କ ମଧ୍ୟରୁ ଜଣେ ୫୫ ବର୍ଷିୟ ମହିଳା ଓ ଅନ୍ୟ ଜଣେ ୩୬ ବର୍ଷର ଯୁବକ। ଏହି ୨ ଜଣ ଅନ୍ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା। ଦିନକରେ ୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେଣି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି।
ରିପୋର୍ଟ – ସଂଘମିତ୍ରା ପଣ୍ଡା