#ଅସୁରକ୍ଷିତ_ସାମ୍ବାଦିକ

ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ ହୋଇଥିବା ଆକ୍ରମଣର ନିନ୍ଦା ସହ କାର୍ଯ୍ୟାନୁଷ୍ଠାନ ଦାବି:
ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢିଚାଲିଛି। ଆକ୍ରମଣକୁ ନେଇ ସାମ୍ବାଦିକ ଆଜି ଅସୁରକ୍ଷିତ ।
ଏବଂ ୟାରୀ ଭିତରେ ବରିଷ୍ଠ ସାମ୍ବାଦିକ ତଥା ରିପବ୍ଳିକ୍ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ ଆଜି ସକାଳେ ଆକ୍ରମଣ କରାଯାଇଛି ।ଯାହାକୁ ନେଇ ପୁଣିଥରେ ସମାଜରେ ସାମ୍ବାଦିକଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନ ଉଠିଛି । ତେବେ ସମାଜର ସ୍ୱର ସାଜିଥିବା ସାମ୍ବାଦିକ କୁ ସମ୍ପ୍ରତି ବାରମ୍ବାର ଆକ୍ରମଣ କରାଯାଉଥିବା ବେଳେ #ଲାଇଭ୍_କଳିଙ୍ଗ ପକ୍ଷରୁ ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରାଯାଉଛି ।ଏହାସହ ଘଟଣାର ସଠିକ ତଦନ୍ତ କରାଯାଇ ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି ।
ସୂଚନାମୁତାବିକ ,ଆଜି ଭୋରରୁ ଅର୍ଣ୍ଣବ ତାଙ୍କ ପତ୍ନୀଙ୍କ ସହ କାରରେ ଯାଉଥିବା ବେଳେ ଆକ୍ରମଣ ହୋଇଛି । ପ୍ରଥମେ ଦୁଇଜଣ ଯୁବକ ବାଇକରେ ଆସି ତାଙ୍କ କାରର କାଚ ବାଡେଇଥିଲେ ।ପରେ ତାଙ୍କ ଉପରକୁ କାଳି ଫୋପାଡିଥିଲେ । ଯଦିଓ ଏଥିରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀଙ୍କୁ କୈାଣସି ଆଘାତ ଲାଗିନାହିଁ କିନ୍ତୁ ଏନେଇ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । କଂଗ୍ରେସ ନେତାଙ୍କ ପ୍ରରୋଚନାରେ କର୍ମୀ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି ଅର୍ଣ୍ଣବ । ଏହାକୁ ନେଇ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି ।ସେପଟେ ନିକଟରେ ମୁମ୍ବାଇ ପାଲଘର ମବଲିଚିଂ ମାମଲାରେ ଏଡିଟର୍ସ ଗିଲ୍ଡ ଉପରେ ଖପ୍ପା ହୋଇ ଅର୍ଣ୍ଣବ ଏଥିରୁ ଇସ୍ତଫା ଦେଇଥିଲେ ।

ରିପୋର୍ଟ -ଦେବସ୍ମିତା ରାଉତ
#LIVE_KALINGA
.
.
.
.
.
.
PM Narendra Modi NAVEEN ODISHA(ନବୀନ ଓଡ଼ିଶା) Naveen Patnaik News India The Press Club of Odisha RepublicBharat

Leave a Reply

Your email address will not be published. Required fields are marked *