କ୍ୱାରେଣ୍ଟିନ୍ରେ ଗଲେ ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର। ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି । ଡାକ୍ତରଙ୍କ ସହ ୧୯ ଜଣ ନର୍ସଙ୍କୁ ବି କ୍ୱାରେଣ୍ଟିନ୍ ରେ ରଖାଯାଇଛି। କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏମାନଙ୍କୁ କ୍ୱାରେଣ୍ଟିନ୍ରେ ରଖାଯାଇଛି।
ସେ କହିଛନ୍ତି, ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା ପାଞ୍ଚ ଜଣ କରୋନା ଆକ୍ରାନ୍ତ କିଛି ଦିନ ପୂର୍ବେ ବିଭିନ୍ନ ହସ୍ପିଟାଲ୍ କୁ ଆସିଥିଲେ। ସେମାନେ ସେଠାରେ କିଛି ଡାକ୍ତର ଓ ନର୍ସମାନଙ୍କ ସଂସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ କାଳରେ ତାହା ଜଣାପଡ଼ିବା ପରେ ଗତକାଲି ରାତିରେ ତିନି ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ ଯାଜପୁରର କୋଭିଡ୍ କେୟାର ହସ୍ପିଟାଲ୍ ରେ କ୍ୱାରେଣ୍ଟାଇନ୍ ରେ ରଖାଯାଇଛି। ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ କୁହାଯାଇଛି।
ରିପୋର୍ଟ – ସଂଘମିତ୍ରା ପଣ୍ଡା