କରୋନା ଲଢେଇ ସମୟ ରେ ଯୋଦ୍ଧାଙ୍କ ଉପରେ ଗରମ ପେଜ ଢାଳିଦେଲେ ଅସାମାଜିକ ବ୍ୟକ୍ତି

କରୋନା ଲଢେଇ ସମୟରେ ଲୋକଙ୍କ ସେବାରେ ନିୟୋଜିତ କରୋନା ଯୋଦ୍ଧାଙ୍କୁ ସଲାମ୍ କରୁଛି ଦେଶ । କିନ୍ତୁ ନୟାଗଡ ଜିଲ୍ଲା ଦଶପଲ୍ଲାରୁ ଏକ ଏମିତି ଖବର ଆସିଛି ଯାହା ଶୁଣିଲେ ଆପଣଙ୍କ ଛାତି ଥରିଉଠିବ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଜଣେ ଆଶାକର୍ମୀଙ୍କ ଉପରକୁ ହୋଇଛି ଗରମ ପେଜ ମାଡ । ପୋଲିସ୍ ଅଭିଯୁକ୍ତକୁ ଗିରଫ କରିସାରିଛି ।

ଏକଥା ଆଶ୍ଚର୍ଯ୍ୟ ଲାଗିଲେ ବି ସତ, କାହିଁକି ନା ସଂକଟ ସମୟରେ ଯିଏ ସେବା କରିବାକୁ ଆସିଛନ୍ତି, ତାଙ୍କ ଉପରେ ଗରମ ପେଜ ମାଡ । ଘଟଣା ଘଟିଛି ଦଶପଲ୍ଲା ବ୍ଳକ ଉପାନ୍ତ ଅଞ୍ଚଳ ଗେନେଗେଣ୍ଡା ଗାଁରେ । ଅଭିଯୋଗ ଅନୁସାରେ ଗେନେଗେଣ୍ଡା ଗାଁର ଆଶାକର୍ମୀ ସେହି ଗାଁରେ କାର୍ଯ୍ୟରତ ସ୍ୱୟଂସହାୟକ ଗୋଷ୍ଠୀକୁ କରୋନା ସଂପର୍କରେ କିଛି ପରାମର୍ଶ ଦେବା ସହ ଗାଁରେ କିଛି ଔଷଧ ବାଣ୍ଟିବା କାମରେ ନିୟୋଜିତ ଥିଲେ । ଏତିକି ବେଳେ ପୂର୍ବ ଶତୃତା କୁ କେନ୍ଦ୍ର କରି ସେହି ଗାଁର ମନୁ ନାୟକ ସହ ତାଙ୍କର ବଚସା ହୋଇଥିଲା । ଏହାର କିଛି ସମୟ ପରେ ଆଶା କର୍ମୀ ନିଜ ଘରକୁ ଫେରି ଆସିଥିବା ବେଳେ ଅଭିଯୁକ୍ତ ଓ ତା ସ୍ତ୍ରୀ ଉଭୟେ ଆସି ବଚସା କରିଥିଲେ । ପରେ ପରେ ଗରମ ପେଜକୁ ଆଶା କର୍ମୀଙ୍କ ଉପରେ ଢାଳି ଦେଇଥିବା ସୂଚନା ମିଳିଛି |

ରିପୋର୍ଟ – ସଂଘମିତ୍ରା ପଣ୍ଡା

Leave a Reply

Your email address will not be published. Required fields are marked *