ବିଏନ.ଆର୍ ଫିଲ୍ମ ନିର୍ମାତା ବିଶ୍ୱନାଥ ଦତ୍ତଙ୍କ ସୂଚନା ଅନୁସାରେ ଏହା ଆନ୍ତର୍ଜାତିକ ସ୍ୱୀକୃତି ଲାଭ କରିସାରିଛି | ୟୁକେର ପାଇନଉଡ଼୍ ଷ୍ଟଡ଼ିଓ ଦ୍ଵାରା ସଂଗଠିତ ଏକ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ୍ ‘ଲିଟ୍-ଅଫ ସେସନ୍ସ -୨୦୧୯’ ରେ ଏହି ଓଡ଼ିଆ ମ୍ୟୁଜିକ୍ ଭିଡିଓ ଅଫିସଆଲ୍ ସିଲେକ୍ସନ୍ ରେ ସ୍ଥାନ ପାଇବା ସହ ଆୟୋଜକ ଏବଂ ଉପସ୍ଥିତ ମଧ୍ୟ ବେଶ୍ ପ୍ରଶଂସିତ ହୋଇଛନ୍ତି | ଏହି ମ୍ୟୁଜିକ୍ ଭିଡ଼ିଓ ୟୁଟୁବ୍ ଚ୍ୟାନେଲ୍ ରେ ସେପ୍ଟେମ୍ବର ୨୭ ରେ ରିଲିଜ୍ ହୋଇଥିଲା | ଏହାର ପ୍ରଯୋଜିକା ଶ୍ରୀମତୀ ଅର୍ଣ୍ଣପୂର୍ଣା ଦାସ ଡିସେମ୍ବର ୮ ଦିନ ବିଶ୍ୱସ୍ତରୀୟ ସ୍କ୍ରିନିଂ ଭିଡିଓ ରେ ବେଶ୍ ପ୍ରଶଂସା ଲାଭ କରିଛନ୍ତି | ଏହି ଭିଡିଓ ରେ ସହ-ପ୍ରଯୋଜିକା ରୁଦ୍ର ଶଙ୍କର ପଟ୍ଟନାୟକ, ଅର୍ପିତା ଦେବତା ଓ ଜ୍ୟୋତି ପ୍ରକାଶ ଦାସ ଅଛନ୍ତି | ତେବେ ଏହି ମ୍ୟୁଜିକ୍ ଭିଡିଓ ବିଏନ. ଆର୍ ଫିଲ୍ମ ଷ୍ଟଡ଼ିଓ ରେ ପ୍ରସ୍ତୁତ ହୋଇଥିବା ବେଳେ ଏହାର ଗୀତିକାର ଓ କାମ୍ପୋଜର୍ ପରିଚିତ ଯୁବ କବି ବଂକିମ୍ ପଟେଲ ଗୀତ ସଂଯୋଜନା କରିଛନ୍ତି | ଗୀତ ସବୁ ପୂର୍ବତନ ଇଣ୍ଡିଆନ୍ ଆଇଡଲ୍ ଫାଇନାଲିଷ୍ଟ ଅମ୍ରିତା ଭାରତୀ ଏବଂ ବଂକିମ୍ ପଟେଲ ଗାଇଛନ୍ତି | ଆନ୍ତର୍ଜାତିକ ଚଳଚିତ୍ର ଉତ୍ସବ ମାନଙ୍କରେ ସର୍ଟ ଫିଲ୍ମ ଓ ଡକୁମେଂଟାରୀ ରେ ସ୍ଥାନ ପାଇବା କୌଣସି ସାଧାରଣ କଥା ନୁହେଁ | ଏହା ଏତେ ଉଚ୍ଚ କୋଟିର ଥିଲା ଯେ, ଏକ ଓଡ଼ିଆ ମ୍ୟୁଜିକ୍ ରୋମାଣ୍ଟିକ୍ ଭିଡିଓ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ସ୍ତରରେ ସ୍ଥାନ ପାଇବା ନିହାତି ଭାବରେ ସମସ୍ତ ଓଡ଼ିଆ ମାନଙ୍କ ପାଇଁ ଗର୍ବ ଓ ଗୌରବ ର ବିଷୟ ବୋଲି ଅର୍ଣ୍ଣପୂର୍ଣା ଦାସ ଏବଂ ଜ୍ୟୋତି ପ୍ରକାଶ ଦାସ କହିଥିଲେ |
– ସଂଘମିତ୍ରା ପଣ୍ଡା